ନିଜ ବୟସ ଠାରୁ ୨୭ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧରମେନ୍ଦର
ନିଜ ବୟସ ଠାରୁ ୨୭ ବର୍ଷ ସାନ ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଧରମେନ୍ଦର
ବଲିଉଡର ହି-ମ୍ୟାନ ଧରମେନ୍ଦର । ତାଙ୍କ ଅମଳର ପ୍ରାୟ ସବୁ ହିରୋଇନଙ୍କ ନାୟକ ଚରିତ୍ରରେ ଅବତୀର୍ଣ୍ଣ ହୋଇସାରିଛନ୍ତି । ଅଗଣିତ ହିଟ୍ ଫ୍ଲପ୍ ଚଳଚ୍ଚିତ୍ର ଦେଇଛନ୍ତି ।
ପରଦା ପଛରେ ବହୁ ନାୟିକାଙ୍କ ସହିତ ତାଙ୍କର ନାମକୁ ଯୋଡ଼ାଯାଇଛି । ସତରେ ହେଉ ଅବା ମିଛରେ, ଏକାଧିକ ନାୟିକାଙ୍କ ସହିତ ନାମ ଯୋଡ଼ା ଯାଉଥିବା ପ୍ରସଙ୍ଗରେ ଧରମେନ୍ଦର କେବେ ଗଣମାଧ୍ୟମ ଆଗରେ ସଫେଇ ଦେଇନାହାନ୍ତି ।
ଧରମେନ୍ଦର ଜାଣନ୍ତି, ଛାଇ ଆଲୁଅ ଖେଳ ଭିତରେ ଅଭିନେତା ଅଭିନେତ୍ରୀଙ୍କୁ ନାନା ଗୁଜବ ଭିତରେ ବଂଚିବାକୁ ହେବ ।
ଏମିତି ଜଣେ ନାୟିକା ହେଉଛନ୍ତି ଅନୀତା ରାଜ । ୧୯୮୧ ମସିହାରେ ‘ପ୍ରେମଗୀତ’ ଜରିଆରେ ବଲିଉଡ୍ ଦୁନିଆରେ ପାଦ ଦିଅନ୍ତି ଅନୀତା । ପ୍ରେମଗୀତ’ରେ ଅନୀତାଙ୍କ ନାୟକ ଥିଲେ ରାଜ ବବର ।
ପ୍ରେମଗୀତ’ର ସଫଳତା ପରେ ଅନୀତାଙ୍କ ନିକଟରେ ଚଳଚ୍ଚିତ୍ର ଲାଇନ ଲାଗିଗଲା ।
ନୌକର ବିବି କା, ଗୁଲାମୀ, ମଜଲୁମ୍ , ଜମିନ ଆସମାନ, ଜରା ସି ଜିନେ୍ଦଗୀ ଭଳି ଚଳଚ୍ଚିତ୍ରରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ଅନୀତା ସିନେପ୍ରେମୀଙ୍କ ମନକୁ ଦଖଲ କରିଥିଲେ ।
୧୯୮୩ ମସିହାରେ ମୁକ୍ତିଲାଭ କରିଥିଲା ନୌକର ବିବି କା, ଉକ୍ତ ଚଳଚ୍ଚିତ୍ରରେ ରୀନା ରାୟଙ୍କ ବିପକ୍ଷରେ ଥିଲେ ଧରମେନ୍ଦର । ଚଳଚ୍ଚିତ୍ର କାହାଣୀ ଭିତରେ ଅନୀତା ଥିଲେ ଧରମେନ୍ଦରଙ୍କର ଦ୍ୱିତୀୟ ପତ୍ନୀ ।
କିନ୍ତୁ ପରଦା ଉପରେ ଅନୀତାଙ୍କର ଚାକର ଭୂମିକା ନିଭାଇ ଥିଲେ ଧରମେନ୍ଦର । ସେହି ଚଳଚ୍ଚିତ୍ରଟିରେ ଧରମେନ୍ଦର-ଅନୀତାଙ୍କ ପ୍ରେମର ମୂଳଦୁଆ ପଡ଼ିଥିଲା ।
ପ୍ରେମ ନିକଟରେ ବୟସ ଦିଶେନା । ଅନୀତା ଧରମେନ୍ଦରଙ୍କ ଠାରୁ ପ୍ରାୟ ୨୭ ବର୍ଷ ସାନ ।
ଦୁହିଁଙ୍କ ଭିତରେ ଅବାଧ ମିଳାମିଶା କ୍ରମେ ହେମାମାଳିନୀଙ୍କ କାନରେ ପଡ଼ିଲା । ପାରିବାରିକ ଝଡ଼ ପୂର୍ବରୁ ଧରମେନ୍ଦର ନିଜକୁ ସମ୍ଭାଳି ନେଇଥିଲେ ।
୬୨ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ଅନୀତା ଆଜି ବି ଚୁଲବୁଲି ନାୟିକା ଭଳି ଦିଶନ୍ତି ।