ଆଜିଠୁ ବିସିସିଆଇ ୧୯ ବର୍ଷରୁ କମ୍ ଦିନିକିଆ

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ଚଳିତ ମାସ ୨୮ରୁ ଓଡିଶାରେ ଅନୁଷ୍ଠିତ ହେବାକୁ ଥିବା ବିସିସିଆଇ ୧୯ ବର୍ଷରୁ କମ ବାଳିକା ଦିନିକିଆ ପ୍ଳେଟ୍‌ ଗ୍ରୁପ୍ କ୍ରିକେଟ ମ୍ୟାଚ ଦୁଇ ଦିନ ସ୍ଥଗିତ ଥିବା ବେଳେ ଆଜିଠୁ ଆରମ୍ଭ ହେବାକୁ ଯାଉଛି । ଏହା ଆସନ୍ତା ଅକ୍ଟୋବର ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦୁଇ ଦିନର ଖେଳ ବାଧାପ୍ରାପ୍ତ ହେବା ଫଳରେ ଅନୁଷ୍ଠିତ ମ୍ୟାଚ ପାଇଁ ବିଶ୍ରାମ ଦିବସ ରଖା ଯାଇନାହିଁ । ସ୍ଥାନୀୟ ବିକାଶ କ୍ରିକେଟ ଗ୍ରାଉଣ୍ଡ ,କିଟ ଷ୍ଟାଡିୟମ ଓ ରେଲବାଇ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ପ୍ରଥମ ଦିବସରେ ଅନୁଷ୍ଠିତ ହେବାକୁ ଥିବା ମ୍ୟାଚରେ ମଣିପୁର- ମଘାଳୟା (ବିକାଶ ଗ୍ରାଉଣ୍ଡ)ନାଗାଲାଣ୍ଡ-ଅରୁଣାଚଳ ପ୍ରଦେଶ (କିଟ ଷ୍ଟାଡିୟମ)ଓ ସିକିମ- ଜମ୍ମୁ କାଶ୍ମୀର ମ୍ୟାଚ ରେଲବାଇ ଷ୍ଟାଡିୟମରେ ଅନୁଷ୍ଠିତ ହେବ ।