ଆପୋଷ ବୁଝାମଣାରେ କରାଯିବ ସୀମା ଚିହ୍ନଟ: ସୁଦାମ ମାର୍ଣ୍ଡି


ଭୁବନେଶ୍ବର( ଏସ୍ ନ୍ଯୁଜ ): ସୀମା ବିବାଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ଆପୋଷ ବୁଝାମଣାରେ ସୀମା ଚିହ୍ନଟ କରାଯିବ
ବୋଲି ସେ କହିଛନ୍ତି। ଜିଲ୍ଲାପାଳ ଓ ଆରଡିସିଙ୍କ ତତ୍ତ୍ବାବଧାନରେ ବିବାଦ ସମାଧାନ ପାଇଁ ଉଦ୍ୟମ ଚାଲିଛି ।

କୋରାପୁଟ ଜିଲ୍ଲା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ୨୧ଟି ଗାଁକୁ ନେଇ ଏହି ସମସ୍ୟା ରହିଛି । ବାଲେଶ୍ୱର ଓ ପଶ୍ଚିମବଙ୍ଗରେ ମଧ୍ୟ କିଛି ସମସ୍ୟା ରହିଛି । ସମାଧାନ ପାଇଁ ପ୍ରଶାସନିକ ସ୍ତରରେ ଏକ କିମିଟି ହୋଇଛି । ଝାଡ଼ଖଣ୍ଡ ସହିତ ମଧ୍ୟ ଓଡ଼ିଶାର କିଛି ଜିଲ୍ଲାର ବିବାଦ ରହିଛି । ତେବେ ସମୟପୋଚିତ ପଦକ୍ଷେପ ପାଇଁ ସେମିତି କିଛି ବଡ ଧରଣର ସମସ୍ୟା ଉପୁଜିନି ।

ଅନ୍ୟପକ୍ଷରେ, ସୀମାବିବାଦ ପ୍ରସଙ୍ଗରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତ ଯେ, ଆବଶ୍ୟକ ପଦକ୍ଷେପ ନେଉ ନଥିବାରୁ ପଡ଼ୋଶୀ ରାଜ୍ୟ ଦାଦାଗିରି କରୁଛି । ମନ୍ତ୍ରୀ କିଛି ବୁଝୁନାହାନ୍ତି କିମ୍ବା ସୀମା ବିବାଦ ଭିତରକୁ ପଶୁନାହାନ୍ତି । ସୀମାରେ ଥିବା ଲୋକଙ୍କ ପ୍ରତି ସରକାରଙ୍କ ନିଘା ନାହିଁ । ଗୋଟେ ପଟେ ସ୍ଥାଣୁତା ଆଉ ଗୋଟେ ପଟେ ଆକର୍ଷଣୀୟ ଯୋଜନା କରୁଛନ୍ତି। ବାଲେଶ୍ୱର , ଭଦ୍ରକରେ ଅନୁପ୍ରବେଶ କରି ପ୍ରବେଶ କରୁଛନ୍ତି। ଏ ପ୍ରସଙ୍ଗରେ ସମାଧାନ ପାଇଁ ସର୍ବଦଳୀୟ କମିଟି ଗଠନ କରି ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିରୋଧୀ ।

ସେହିପରି ପ୍ରସଙ୍ଗରେ ମୋହନ ମାଝୀ କହିଛନ୍ତି ଝାଡ଼ଖଣ୍ଡ ,ଛତିଶଗଡ଼ , ଆନ୍ଧ୍ରପ୍ରଦେଶ ସହିତ ଓଡ଼ିଶାର ସୀମାବିବାଦ ରହିଛି । ଯେହେତୁ ସେଠି କୌଣସି ବିକାଶ ହେଉନି ସେଥିପାଇଁ ସେମାନେ ପଡ଼ୋଶୀ ରାଜ୍ୟ ଆଡ଼କୁ ଢଳୁଛନ୍ତି । ଦୀର୍ଘବର୍ଷ ଧରି ବିବାଦ ଥିଲେ ମଧ୍ୟ ୧ପ୍ରତିଶତ ବି ସମାଧାନ ହୋଇନି । ତେଣୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ନକଲେ ବିବାଦର ସମାଧାନ ହେବନି ।