କଟକରୁ ଜବତ ନକଲି ପନିର୍-shaksi news

ଭୁବନେଶ୍ୱର(ଏସ୍ ନ୍ୟୁଜ): ନକଲି ସାମଗ୍ରୀର ହବ ସାଜିଥିବା କଟକରୁ ଆଜି ନକଲି ପନିର୍ ଜବତ ହୋଇଛି। ଅପମିଶ୍ରତ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ ।୧ କ୍ବିଣ୍ଟାଲରୁ ଅଧିକ ଅପମିଶ୍ରିତ ସିନ୍ଥେଟିକ୍ ପନିର ଜବତ କରାଯାଇଛି ।

ତେବେ କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ବାରା ଏହି ପନିର ଜବତ କରାଯାଇଛି । ଏହି ସିନ୍ଥେଟିକ୍ ପନିର କୋଲକତାରୁ ଆସିଥିବା ନେଇ ରହିଛି । ଏହି ଅପମିଶ୍ରିତ ପନିର ଜବତ ହେବା ପରେ ସିଏମସି ଦ୍ବାରା ମାନ ଯାଞ୍ଚ କରାଯାଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । କୋଲକାତାରୁ ଏହି ଅପମିଶ୍ରିତ ପନିର ଆଣି ସେମାନେ କଟକ ଏବଂ ଏହାର ଆଖପାଖ ଅଞ୍ଚଳରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଏଥିରେ କେଉଁମାନେ ସାମିଲ ଅଛନ୍ତି ସେ ନେଇ ଅଧିକ ତଦନ୍ତ ଜାରି ରହିଛି । ଏହି ଭେଜାଲ ପନିର ଖାଇବା ସ୍ବାସ୍ଥ୍ୟପକ୍ଷେ କ୍ଷତିକାରକ ହୋଇଥିବାରୁ ଶୀଘ୍ର ଏହାର ଯାଞ୍ଚ କରାଯାଇ ବଜାରରେ ଥିବା ସମସ୍ତ ପନିରକୁ ଜବତ କରିବାକୁ ସାଧାରଣରେ କରାଯାଇଛି ।