ଚୀନରେ ୨୦ ଦିନରେ ୨୪ କୋଟି ପଜିଟିଭ

ଚୀନରେ ତାଣ୍ଡବ ରଚୁଛି କରୋନା । ଲଗାତର କରୋନା…..

ଉହାନ୍: ଚୀନରେ ତାଣ୍ଡବ ରଚୁଛି କରୋନା । ଲଗାତର କରୋନା ସଂକ୍ରମଣ ବଢ଼ିବାରେ ଲାଗୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଗତ ଗୋଟିଏ ଦିନରେ ଚୀନରେ ତିନି କୋଟି ୭୦ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚୀନ ସରକାର ଚିନ୍ତାରେ ପଡ଼ିଛନ୍ତି । କରୋନାକୁ ନେଇ ସରକାରୀ ତଥ୍ୟ ପ୍ରକାଶ କରିବାକୁ ବାରଣ କାରାଯାଇଛି ।

ଯାହାଫଳରେ ଏବେ ଚୀନରେ ଆଉ କରୋନା ରିପୋର୍ଟ ପ୍ରକାଶ ପାଇବ ନାହିଁ ବୋଲି କୁହାଯାଇଛି । ଘଟଣାକୁ ନେଇ ଚାଇନାର ଜଣେ ସାମ୍ବାଦିକ ଜେନିଫର ଜେଙ୍ଗ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ ଦାବି କରିଛନ୍ତି ଶନିବାର ଗୋଟିଏ ଦିନରେ କରୋନା ସଂକ୍ରମଣରେ ୮ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ତାହାଛଡ଼ା ସେ ଆହୁରି ମଧ୍ୟ କହିଛନ୍ତି ଡିସେମ୍ବର ୨୧ ତାରିଖରେ ଚୀନରେ ସର୍ବାଧିକ ୧୦ ହଜାର ୭୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା ବୋଲି ସେ କହିଛନ୍ତି ।

ସେହିପରି ଡାକ୍ତରଖାନାରେ ରୋଗୀଙ୍କ ପାଇଁ ବେଡ୍ ନଥିବା ବେଳେ ମୃତଦେହ ରଖିବାକୁ କୌଣସି ସ୍ଥାନ ନଥିବା ମଧ୍ୟ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ୟୁକାନିଂ ସହରରେ ସର୍ବାଧିକ ୧୫,୦୦୦ ମୃତଦେହକୁ କୋଲ୍ଡ ଷ୍ଟୋରେଜରେ ରଖାଯାଇଛି ।