ଭୟ ଦେଖାଇ ଟଙ୍କା ଆଦାୟ ଅଭିଯୋଗରେ ୫ ସାମ୍ବାଦିକଙ୍କୁ ଗିରଫ


ଭୁବନେଶ୍ୱର ( ଏସ୍ ନ୍ଯୁଜ) : ଖବର ପ୍ରସାରଣ କରିଦେବା ଭୟ ଚାନ୍ଦା ଦେଖାଇ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଭୁବନେଶ୍ୱରରୁ ୫ ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି ।

ପୋଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ । ଜଣେ ଘିଅ କମ୍ପାନୀର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି ।

ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି । ସେପଟେ ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ବି ଚଢାଉ ଜାରି ରହିଛି । ଭୁବନେଶ୍ୱର ଡିସିପି କହିଛନ୍ତି କି ଏନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି । ଏହା ପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲ ମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ । ଆଉ ସେମାନଙ୍କ କାର୍ୟକଳାପର ସମସ୍ତ ତଥ୍ୟ ଯାଞ୍ଚ କରାଯିବା।