ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ନାମରେ ଅଭିଯୋଗ ଆଣିଲେ ସ୍ୱାମୀ ଅଭିନବ କୋହଲି

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିୱାରୀଙ୍କ ବିରୋଧରେ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ସ୍ୱାମୀ ଅଭିନବ କୋହଲି । ସେ ଅଭିଯୋଗ କରିଛନ୍ତି ଯେ ଶ୍ୱେତା ତାଙ୍କୁ ତାଙ୍କ ପୁଅ ରିୟାନଶଙ୍କୁ ଭେଟିବାକୁ ଦେଉ ନାହାଁନ୍ତି। ଏ ନେଇ ସେ ସୋଶାଲ୍ ମିଡିଆରେ ଦୁଇଟି ଭିଡିଓ ଶେଆର୍ କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଶ୍ୱେତା ଅଭିନବଙ୍କୁ ଘରକୁ ଆସିବାକୁ ମନା କରୁଛନ୍ତି। ଶ୍ୱେତାଙ୍କ ଘର ନିକଟରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଦେଖିବାକୁ ମିଳିଛି।

ଏହି ଭିଡିଓ ଅଭିନାଭ ନିଜେ ରେକର୍ଡ଼ କରିଛନ୍ତି। ଯେଉଁଥିରେ ଶ୍ୱେତା ଘରର ମୁଖ୍ୟଦ୍ୱାର ନିକଟରେ ଠିଆ ହୋଇ ତାଙ୍କୁ ଘରକୁ ଆସିବାକୁ ମନା କରୁଛନ୍ତି। ଏହି ଭିଡିଓ ଶେଆର୍ କରି ଅଭିନ ଲେଖିଛନ୍ତି, “ମୋର ସରଳତାର ଫାଇଦା ଉଠାଇଛନ୍ତି। ପ୍ରଥମେ ମେ ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ମୋତେ ପିଲାଠୁ ଦୂରରେ ରଖିଲ। ଆଉ ତା’ପରେ ଯେତେବେଳେ କରୋନା ହେଲା ମୋତେ ପିଲାକୁ ଦେଇଦେଲ। ପିଲା ଆଉ ଯିବାକୁ ଚାହୁଁ ନଥିଲା ସେତେବେଳେ ମୁଁ କହିଲି, ଆସ ଏବଂ ତାଙ୍କୁ ବୁଝେଇ ସୁଝେଇ ନେଇଯାଅ। ଆଉ ମୋତେ କ’ଣ ମିଳିଲା ପିଲାଠୁ ଦୂରେଇଦେଲ।”

ଅଭିନବ ଆହୁରି ଲେଖିଛନ୍ତି, “ତୁମେ ତାକୁ ନେଇ ପଳେଇଲ। ମୁଁ ବହୁତ କଷ୍ଟରେ ତୁମକୁ ପାଇଲି ହେଲେ ତୁମେ ମୋତେ ଗୋଟେ ସେକେଣ୍ଡ ପାଇଁ ବି ପିଲାକୁ ଦେଖିବା ପାଇଁ ଦେଲନାହିଁ। ତୁମେ ମୋ ସହ ଆଉ କେତେ ଭୁଲ୍ କରିବ। ମୁଁ ତୁମର ଶେଷ ସୀମା ଦେଖିବାକୁ ଚାହେଁ।”