ଲୋକପ୍ରିୟତାରେ ଶାହରୁଖ୍ ଓ ଅକ୍ଷୟଙ୍କୁ ପଛରେ ପକାଇଲେ ସୋନୁ-shaksi news

ମୁମ୍ବାଇ: ଲୋକପ୍ରିୟତାର ରେସରେ କରୋନା ଶାହରୁଖ୍ ଖାନ୍ ଓ ଅକ୍ଷୟ କୁମାରଙ୍କ ପଛରେ ପକାଇଲେ ସୋନୁ। ଭାଇରସ୍ ସଂକ୍ରମଣକୁ ନେଇ ଦେଶରେ ଲକଡାଉନ ଜାରି ହୋଇଥିବା ବେଳେ ଅସହାୟଙ୍କ ସହାୟକ ଆଉ ଗରିବଙ୍କ ଦେବଦୁତ ରୂପେ ଏକମାତ୍ର ନାଁ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଖୁବ ଚର୍ଚ୍ଚାରେ ଥିଲା। । ଲକଡାଉନରେ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ଯୋଗାଇବା ଓ ସେମାନଙ୍କୁ ଘରେ ପହଞ୍ଚାଇବାର ବନ୍ଦୋବସ୍ତ କରି ସୋନୁ ସବୁଠି ପ୍ରଶଂସାର ପାତ୍ର ହୋଇଥିଲେ। ଲକଡାଉନ୍ ଖୋଲିବା ପରେ ମଧ୍ୟ ସୋନୁ ନିଜର ଏହି ମହତ କାମ ଜାରି ରଖିଛନ୍ତି। ଏହି କାରଣରୁ ସୋଶାଲ୍ ମିଡିଆରେ ସୋନୁଙ୍କ ଫ୍ୟାନ୍ ସଂଖ୍ୟା ବଢ଼ିଚାଲିଛି। ଏହାକୁ ନେଇ ବର୍ତ୍ତମାନ ସୋନୁ ଟ୍ୱିଟରରେ ଏନଗେଜମେଣ୍ଟ କ୍ଷେତ୍ରରେ ଶାହରୁଖ୍ ଖାନ୍ ଓ ଅକ୍ଷୟ କୁମାରଙ୍କ ଭଳି ସୁପରଷ୍ଟାରଙ୍କୁ ପଛରେ ପକାଇ ଦେଇଛନ୍ତି।

ଦେଶରେ ଲକଡାଉନ ହଟିଯାଇଛି ସତ ଫ୍ୟାନ୍ ଓ ଗରିବ ଲୋକେ ସୋନୁଙ୍କୁ ଏବେ ବି ଟ୍ୱିଟ୍ କରି ସହାୟତା ମାଗୁଛନ୍ତି। ସୋନୁ ମଧ୍ୟ ସହାୟତା କରିବାକୁ ଆଗେଇ ଆସନ୍ତି। ଏବେ ଏକ ସୋଶାଲ୍ ମିଡିଆ ଆନାଲିଷ୍ଟିକ୍ସ ଫର୍ମ ଟ୍ୱିଟିଟ୍ ତା’ର ଏକ ରିପୋର୍ଟରେ ଦର୍ଶାଇଛି ଯେ, ଅକ୍ଟୋବର ମାସର ସମସ୍ତ ୪ଟି ଯାକ କ୍ୟାଟେଗୋରୀରେ ସୋନୁ ସୁଦ୍ ଶୀର୍ଷରେ ରହିଛନ୍ତି। ରାଜନୀତି, ସାମ୍ବାଦିକତା, ବିଜନେସ୍, ଇନଭେଷ୍ଟମେଣ୍ଟ, ସ୍ପୋର୍ଟ୍ସ, ଫିଲ୍ମ, ବୁକ୍ ରାଇଟିଂ ଏବଂ କମେଡି ଆଦି କ୍ୟାଟେଗୋରୀକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ତାଲିକାର ଶୀର୍ଷରେ ଅଛନ୍ତି ନରେନ୍ଦ୍ର ମୋଦି। ତାଙ୍କ ପରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧି, ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଓ ସୋନୁ ସୁଦ୍ ରହିଛନ୍ତି।

ବଲିଉଡ୍ ଅଭିନେତା ତାଲିକାରେ ସୋନୁ ସୁଦ୍ ୨.୪ ମିଲିୟନ୍ ଏନଗେଜମେଣ୍ଟ ସହ ଶୀର୍ଷରେ ରହିଛନ୍ତି। ତାଙ୍କ ପରକୁ ଶାହରୁଖ୍ ଖାନ୍, ଅକ୍ଷୟ କୁମାର, ଅନୁପମ ଖେର୍, ରିତେଶ ଦେଶମୁଖ୍ ଓ ପୂଜା ହେଗଡେ ରହିଛନ୍ତି।