ନୂଆ କୃଷି ଆଇନ ଲାଗୁ ନେଇ ସରକାରଙ୍କ ପାଖରେ ନାହିଁ ଆଲୋଚନାର ରେକର୍ଡ: ଆରଟିଆଇ-shaksi news

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବାରମ୍ବାର ଦେଶରେ ସଂଶୋଧିତ କୃଷି ଆଇନ ଲାଗୁ ପୂର୍ବରୁ ବାରମ୍ବାର ଚାଷୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଆସୁଛନ୍ତି। ଏପରିକି ବିଲ ପାସ ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପର୍ଯ୍ୟାୟରେ ଚାଷୀଙ୍କ ସହ ଆଲୋଚନା କରିଥିବାର ମଧ୍ୟ ଦାବି କରୁଛନ୍ତି। ହେଲେ ସରକାର ଚାଷୀଙ୍କ ସହ ଆଇନ ନେଇ କରିଥିବା ଆଲୋଚନାର କୌଣସି ରେକର୍ଡ ରଖିନଥିବା କୃଷି ମନ୍ତ୍ରାଳୟଙ୍କୁ ସୂଚନା ଅଧିକାର ଆଇନ(ଆରଟିଆଇ)ରେ ମଗାଯାଇଥିବା ରିପୋର୍ଟ ରେ ରହିଛି । ଏନେଇ ଏକ ଜାତୀୟ ଗଣମାଧ୍ୟ ସୂତ୍ରରୁ ଦୈନିକ ସମ୍ବାଦପତ୍ର ‘ଜନସତ୍ତା’ ସୂଚିତ କରିଛି ।

ଏପରିକି ଏହି ପ୍ରସଙ୍ଗରେ ସରକାର କେତେଥର ଚାଷୀଙ୍କ ପରାମର୍ଶ ନେଇଥିଲେ ସେ ବାବଦରେ ହୋଇଥିବା ବୈଠକର ବିସ୍ତୃତ ସୂଚନା ଦାବି କରାଯାଇଥିଲା। ତେବେ ଏହାର ଜବାବରେ ମନ୍ତ୍ରାଳୟ ଚାଷୀଙ୍କ ପରାମର୍ଶ ସମ୍ପର୍କିତ କୌଣସି ରେକର୍ଡ ନଥିବା ସୂଚିତ କରିଛନ୍ତି। ତେବେ ଚାଷୀଙ୍କ ସହ ଆଲୋଚନା ବାବଦରେ ମିଳିଥିବା ପରାମର୍ଶ ନେଇ ଆରଟିଆଇରେ ସୂଚନା ମଗାଯାଇଥିଲା। ଏଥିରେ ଦେଶରେ ଆଇନ କାର୍ଯ୍ୟକାରୀ କରାଯିବା ପୂର୍ବରୁ ଚାଷୀଙ୍କ ସହ ସରକାର ପରାମର୍ଶ କରିଥିଲେ କି ବୋଲି ମଧ୍ୟ ପ୍ରଶ୍ନ କରାଯାଇଥିଲା। ଯାହାର ଉତ୍ତରରେ ଏଭଳି ଆଶ୍ଚର୍ଯ୍ୟ ଜନକ ତଥ୍ୟ ଆସିଛି । ଏହାକୁ ନେଇ ଚାଷୀଙ୍କ ମହଲରେ କମ୍ପନ ସୃଷ୍ଟି ହୋଇଛି ।

ଏଠାରେ ପ୍ରକାଶଥାଉକି, ପୁର୍ବାୟୁ ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ ଶରଦ ପାୱାର ରାଜ୍ୟ ସରକାରମାନଙ୍କ ବିନା ପରାମର୍ଶରେ କେନ୍ଦ୍ର ସରକାର ସଂଶୋଧିତ କୃଷି ବିଧେୟକକୁ ଆଇନରେ ପରିଣତ କରିଥିବା ଅଭିଯୋଗ କରିଥିଲେ। ସେହିପରି ଦିଲ୍ଲୀରେ ବସି କୃଷି ସମ୍ପର୍କିତ ନିଷ୍ପତ୍ତି ନିଆଯାଇ ପାରିବ ନାହିଁ ବୋଲି ମଧ୍ୟ ସେ ଅଭିଯୋଗ କରିଥିଲେ ।