ଦିଲ୍ଲୀରୁ ଚୋରି କରି ଭୁବନେଶ୍ୱରରୁ ଗିରଫ ହେଲା ଚାକରାଣୀ

ଭୁବନେଶ୍ୱର (ଏସ୍‌ ନ୍ୟୁଜ): ଦିଲ୍ଲୀରୁ କୋଟିଏ ଟଙ୍କାର ଡାଇମଣ୍ଡ ଓ ସୁନାଗହଣା ଚୋରି କରି ଭୁବନେଶ୍ୱରରୁ ଗିରଫ ହେଲେ ଚାକରାଣୀ । ଦିଲ୍ଲୀ ଦ୍ୱାରକାନଗରରେ ରହୁଥିବା ଶ୍ୟାମଲାଲଙ୍କ ଘରୁ ଏହି ଚୋରି ହୋଇଥିଲ । ଘଟଣାରେ ଦିଲ୍ଲୀ ପୋଲିସ ଛାନଭିନ କରି ଭୁବନେଶ୍ୱରରେ ପହଞ୍ଚିଥିଲା । ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ସୁଜାତା ମହାପାତ୍ରଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ତା ନିକଟରୁ ଚୋରି ହୋଇଥିବା ସମସ୍ତ ଗହଣା ମଧ୍ୟ ଉଦ୍ଧାର ହୋଇଛି । ତେବେ ସୁଜାତାକୁ ଗିରଫ କରି ଟ୍ରାଞ୍ଜିଟ୍‌ ରିମାଣ୍ଡରେ ଆଣିଛି ପୋଲିସ । ସୁଜାତା ଶ୍ୟାମଲାଲଙ୍କ ଘରେ ମେଡ୍‌ ସରଭ୍ୟାଣ୍ଟ ଭାବେ କାମ କରୁଥିଲେ । ତେବେ ଏହି ଚୋରି ଘଟଣାରେ ଆଉ କିଏ ସାମିଲ ଅଛି କି ନାହିଁ ତାହା ତଦନ୍ତ ପରେ ଜଣାପଡିବ ।