ଆସଲ୍ଟ ରାଇଫଲକୁ ଝଟକା: ଚୁକ୍ତିକୁ ରଦ୍ଦ କଲା ଭାରତ

ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ସିଗ-ସୋର ଆସଲ୍ଟ ରାଇଫଲ…

ନୂଆଦିଲ୍ଲୀ: ଆମେରିକା ଓ ଭାରତ ମଧ୍ୟରେ ହୋଇଥିବା ସିଗ-ସୋର ଆସଲ୍ଟ ରାଇଫଲ ଚୁକ୍ତିକୁ ଝଟକା ଲାଗିଛି । ଆମେରିକା ସହ ହୋଇଥିବା ଏହି ଚୁକ୍ତିର ଦ୍ୱିତୀୟ ବ୍ୟାଚକୁ ଭାରତ ରଦ୍ଦ କରିଛି । ଏହି ବ୍ୟାଚରେ ଭାରତୀୟ ସେନାକୁ ପାଖାପାଖି ୭୨ ହଜାର ଆମେରିକୀୟ ରାଇଫଲ ମିଳିବାର ଥିଲା । ଏହି ରାଇଫଲର ପ୍ରଥମ ବ୍ୟାଚରେ ସୃଷ୍ଟି ହୋଇଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଭାରତ ଦ୍ୱିତୀୟ ବ୍ୟାଚର ଚୁକ୍ତିକୁ ରଦ୍ଦ କରିଛି ।

ସୂଚନାଯୋଗ୍ୟ ୨୦୨୦ରେ ଏଲଏସିରେ ଚୀନ ସହ ଜାରି ରହିଥିବା ସଂଘର୍ଷ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଆମେରିକାରୁ ୭୨ ହଜାର ସିଗ-ସୋର ରାଇଫଲ କିଣିବାକୁ ଅନୁମତି ପ୍ରଦାନ କରିଥିଲା । ଏହି ଚୁକ୍ତିର ମୋଟ ମୂଲ୍ୟ ପାଖାପାଖି ୭୮୦ କୋଟି ଥିଲା । ଏହାପୂର୍ବରୁ ୨୦୧୯ରେ ଆମେରିକୀୟ କମ୍ପାନୀ ସିଗ-ସୋର ଦ୍ୱାରା ୭୨ହଜାର ୪୦୦ ରାଇଫଲ କିଣିଥିଲା ।