ବାଲେଶ୍ୱରରେ ପୁଣି ଦୁଇ ରାଉଣ୍ଡ ଆଗରେ ରହିଲା ବିଜେପି:୧୬ ରାଉଣ୍ଡ ସୁଦ୍ଧା ବିଜେଡି ୫୭୪୮ ଭୋଟରେ ଆଗୁଆ

ବାଲେଶ୍ୱର (ଏସ୍ ନ୍ୟୁଜ) : ୧୬ ରାଉଣ୍ଡ ଗଣତି ଶେଷ ହୋଇଥିବା ବେଳେ ବିଜେପି ଆଗରେ ରହିଛି । ୧୨ ରୁ ୧୪ ରାଉଣ୍ଡରେ ମଧ୍ୟରେ ବିଜେଡି ପ୍ରାର୍ଥୀ ଆଗୁଆ ରହିଥିବା ବେଳେ ୧୫ ଓ ୧୬ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ମାନସ ଦତ୍ତ ଆଗରେ ରହିଛନ୍ତି । ୧୪ତମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ସ୍ବରୂପ ଦାସଙ୍କୁ ୩୧୦୨ ଭୋଟ ମିଳିଥିବା ବ‌େଳେ ବିଜେପି ପ୍ରାର୍ଥୀ ୨୫୭୪ଟି ଭୋଟ୍ ପାଇଛନ୍ତି। ସେହିପରି ୧୫ତମ ରାଉଣ୍ଡ ମଧ୍ୟ ବିଜେପି ସପକ୍ଷରେ ଯାଇଛି। ଏହି ରାଉଣ୍ଡରେ ବିଜେପି ୨୬୫୨ ଭୋଟ୍ ପାଇଥିବା ବ‌େଳେ ବିଜେଡି ପ୍ରାର୍ଥୀ ୨୪୫୪ଟି ଭୋଟ ପାଇଛନ୍ତି। ୧୬ତମ ରାଉଣ୍ଡରେ ବିଜେପି ପ୍ରାର୍ଥୀ ୧୪୩ ଭୋଟ ଆଗରେ ରହିଥିବା ଜଣାଯାଇଛି। ଏହି ରାଉଣ୍ଡରେ ବିଜେପି ପ୍ରାର୍ଥୀ ୨୭୩୪ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୨୫୯୧ଟି ଭୋଟ୍ ପାଇଛନ୍ତି। ତେବେ ୧୬ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୫୭୪୮ ଭୋଟରେ ଆଗୁଆ ରହିଛି।