କ୍ରିକେଟର ମହମ୍ମଦ ସୌଜିବଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ : ବାଂଲାଦେଶ କ୍ରିକେଟର ମହମ୍ମଦ ସୌଜିବ ଆତ୍ମହତ୍ୟା କରିଛନ୍ତି । ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମ୍ ରେ ଭାଗ ନେଇ ଦେଶ ପାଇଁ ଅନେକ କିର୍ତ୍ତୀ ଅର୍ଜନ କରିଛନ୍ତି ମହମ୍ମଦ ସୌଜିବ । ସେ ୧୪ ନଭେମ୍ବର ଶନିବାର ଦିନ ନିଜ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ୨୧ ବର୍ଷିୟ ସୌଜିବ୍ ବାଂଲାଦେଶର ୧୯ ବର୍ଷରୁ କମ୍ ଟିମ୍ ପାଇଁ ଅନେକ ମ୍ୟାଚ୍ ଖେଳିଥିଲେ । ଏହାସହ ସେ ବାଂଲାଦେଶ ଟିମ୍ ରେ ଯୋଗ୍ୟ ଘୋଷିତ ହୋଇ ଥରେ ନ୍ୟୁଜିଲ୍ୟାଣ୍ଡ ଯାଇଥିଲେ । ଏହାସହ ଏହି ଯୁବ କ୍ରିକେଟର ଏସିଆ କପ୍ ଟିମ୍ ରେ ବି ସାମିଲ ହୋଇଥିଲେ ।

୨୦୧୮ ରେ ସେ ସେନେପୁକୁର ତରଫରୁ ବାଂଲାଦେଶରର ଏ ଟିମ୍ ରେ ସାମିଲ ହୋଇଥିଲେ । ଯେଉଁଥିରେ କି ସେ ଦୁଇଟି ପାଳିରେ ୯ ଓ ୧ ରନ କରିବାକୁ ସକ୍ଷମ ହୋଇଥିଲେ । ଏହା ପରେ ୨୦୧୮ ମସିହାରେ ସେ କୌଣସି ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ । ବାଂଲାଦେଶ କ୍ରିକେଟବୋର୍ଡର ଡେଭଲପମେଣ୍ଟ ମ୍ୟାନେଜର ଅବୁ ଇନାମ କହିଛନ୍ତି କି ଟୁର୍ଣ୍ଣାମେଣ୍ଟରୁ ବାହାରେ ରହିବା କାରଣରୁ ସେ ଏଭଳି ପଦକ୍ଷେପ ନେଇଥାଇ ପାରନ୍ତି ।