ମହିଳା କମିଶନରେ ବର୍ଷା-shaksi news


ଭୁବନେଶ୍ୱର (ଏସ୍ ନ୍ୟୁଜ) ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ସାଂସଦ ଅନୁଭବ ମହାନ୍ତିଙ୍କ ମଧ୍ୟରେ ଚାଲିଥିବା ବିବାଦ ବଢିଚାଲିଥିବା ବେଳେ ପାରିବାରିକ ବିବାଦକୁ ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି ବର୍ଷା ପ୍ରିୟଦର୍ଶିନୀ । ଅନୁଭବ-ବର୍ଷା ବିବାଦ ମାମଲାରେ ଆଜି ମହିଳା କମିଶନରେ ହାଜର ହୋଇଛନ୍ତି ବର୍ଷା ।

ଅନ୍ୟପଟେ ହାଜର ହେବା ପାଇଁ ମହିଳା କମିଶନ ଅନୁଭବ ଓ ତାଙ୍କ ବାପା, ମାଆଙ୍କୁ ନୋଟିସ ହୋଇଛି । ଆଜି ହାଜର ହେବାକୁ ୩ ଜଣଙ୍କୁ ନୋଟିସ କରିଥିଲେ ମହିଳା କମିଶନ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଅନୁଭବ ଓ ତାଙ୍କ ବାପା, ମାଆ ମହିଳା କମିଶନରେ ପହଞ୍ଚିନଥିବା ଜଣାପଡିଛି ।