ଭାରତୀ ସିଂ ଓ ହର୍ଷଙ୍କୁ ଜାମିନ୍

ମୁମ୍ଵାଇ : କମେଡି କୁଇନ୍ ଭାରତୀ ସିଂ ଏବଂ ତାଙ୍କ ସ୍ୱାମୀ ହର୍ଷ ଲିମ୍ଵାଚିଆଙ୍କୁ ମିଳିଲା ଜାମିନ୍ । ମୁମ୍ଵାଇର ଏକ ସିଟି କୋର୍ଟ ଉଭୟଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ଘରୁ ଗଞ୍ଜେଇ ମିଳିବା ପରେ ରବିବାର ଏନସିବି ଉଭୟଙ୍କୁ ମାରାଥନ ଜେରା ପରେ ରବିବାର ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହାପରେ ଭାରତୀ ଏବଂ ହର୍ଷ ୧୪ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଯାଇଥିଲେ।

ଏବେ ଉଭୟ ୧୫ ହଜାର ଟଙ୍କା ଲେଖାଏଁ ଜମା କରି ଜାମିନରେ ଆସିବେ। ଭାରତୀ ଓ ହର୍ଷଙ୍କ ଘରେ ଚଢ଼ାଉ କରି ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା ଏନସିବି। ଭାରତୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ତାଙ୍କ ସ୍ୱାମୀ ଗଞ୍ଜେଇ ଆଣୁଥିଲେ ଏବଂ ଉଭୟ ମଧ୍ୟ ସେବନ କରୁଥିଲେ। ଆଉ ଭାରତୀ କିଛି ଜାଣିବା ପୂର୍ବରୁ ଏନସିବି ଭାରତୀଙ୍କ ଘରେ ରେଡ୍ କରିଥିଲା।