ପରଲୋକରେ ବଲିଉଡ୍ ଅଭିନେତା ଆଶିଷ ରୟ

ମୁମ୍ବାଇ: ଟେଲିଭିଜନ ଦୁନିଆର ଜଣାଶୁଣା ଅଭିନେତା ଆଶିଷ ରୟଙ୍କର ପରଲୋକ । ଆଶିଷଙ୍କର କିଡନୀ ଜନିତ ସମସ୍ୟା ଯୋଗୁ ଦୀର୍ଘ ୬ମାସ ଧରି ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ତେବେ ମଙ୍ଗଳବାର ଭୋର୍ ୪ଟାରେ ଆଶିଷ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଆଶିଷଙ୍କ ଦେହାନ୍ତ ନେଇ ତାଙ୍କ ବନ୍ଧୁ ସୂରଜ ଥାପର ସୂଚନା ଦେଇଛନ୍ତି।

ଆଶିଷଙ୍କ ପରଲୋକରେ ବଲିଉଡ୍ ଅଭିନେତା ମନୋଜ ବାଜପେୟୀ ଟୁଇଟ୍ କରି ଶୋକ ପ୍ରକାଶ କରିଛନ୍ତି। ମନୋଜ ଟୁଇଟ୍ କରିଛନ୍ତି, ଆଶିଷ ତୁମେ ଆମ ସମସ୍ତଙ୍କୁ ବହୁତ ଜଲଦି ଚାଲିଗଲ। ଭଗବାନ ତୁମ ଆତ୍ମାକୁ ସଦଗତି ଦିଅନ୍ତୁ।

ତେବେ ମେ’ ମାସରେ ଆଶିଷ ଫେସବୁକରେ ଏକ ପୋଷ୍ଟ କରି କହିଥିଲେ ଯେ ସେ ଆଇସିୟୁରେ ଅଛନ୍ତି ଏବଂ ଏଥିପାଇଁ ଆର୍ଥିକ ସହାୟତା ଦରକାର। ସେହିପରି ଫିଲ୍ମନିର୍ମାତା ହଂସଲ ମେହେଟ୍ଟା ମଧ୍ୟ ଟୁଇଟ୍ କରି ଆଶିଷଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ନେଇ ସୂଚନା ଦେଇଥିଲେ।