ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ଆମାଜନ୍‌’ ଅଭିଯାନ

ନୂଆଦିଲ୍ଲୀ : ୟୁଜରଙ୍କ ଆକ୍ରୋଶର ଶିକାର ହୋଇଛି ‘ଆମାଜନ୍‌’ । ହିନ୍ଦୁ ସମୁଦାୟର ଧାର୍ମିକ ଭାବନାକୁ ଆଘାତ କରୁଥିବା ନେଇ ସୋସିଆଲ୍‌ ମିଡିଆରେ ‘ବୟକଟ୍‌ ଆମାଜନ୍’ ଅଭିଯାନ ଜୋରଦାର ଜୋରଦାର ହେଉଥିବା ଦେଖିବାକୁ ମିଳିଥିଲା।

‘ଓମ୍‌’ ହିନ୍ଦୁ ଧର୍ମର ଏକ ପ୍ରତିକ ରୂପେ ଗ୍ରହଣ କରଯାଏ। କିନ୍ତୁ ଲୋକଙ୍କ ଅଭିଯୋଗ କ୍ରମେ ଆମାଜନ୍‌ ଏକ ଡୋରମେଟ୍‌ ବିକ୍ରି କରୁଛି ଯେଉଁଥିରେ ‘ଓମ୍‌’ ପ୍ରିଣ୍ଟ ରହିଛି। ଏପରିକି ଆାମଜନ୍‌ରେ ବିକ୍ରି ହେଉଥିବା ‘ଇନର ଓ୍ବଏର’ରେ ହିନ୍ଦୁ ଦେବା ଦେବୀଙ୍କ ଫଟୋ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଛି। ଜଣେ ଗ୍ରାହକ ଏଭଳି କିଛି ଇନ୍‌ର ଓ୍ବଏରର ଫଟୋ ସେୟାର କରି ଲେଖିଛନ୍ତି‘ହିନ୍ଦୁତ୍ବକୁ ଅବମାନନା କରିଥିବାରୁ ମୁଁ ଆମାଜନ୍‌କୁ ବହିଷ୍କାର କରୁଛି।’ ଗ୍ରାହକ ସେୟାର କରିଥିବା ଇନର ଓ୍ବଏରରେ ହିନ୍ଦୁ ଦେବା ଦେବୀଙ୍କ ଫଟୋ ଥିବା ଦେଖିବାକୁ ମିଳିଛି।