ଖୋର୍ଦ୍ଧାରୁ ୨୫ ଲକ୍ଷର ଧଳା ଜହର ଜବତ-shaksi news

ଖୋର୍ଦ୍ଧା(ଏସ୍ ନ୍ୟୁଜ ): ଖୋର୍ଦ୍ଧାରୁ କ୍ରାଇମବ୍ରାଞ୍ଚ ୩୨୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣକୁ ଗିରଫ କରିଛି । ତେବେ ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି ।

କ୍ରାଇମବ୍ରାଞ୍ଚ ଖୋର୍ଦ୍ଧାର ଜଙ୍କିଆ ନିକଟସ୍ଥ ଜଟଣୀ-ଓରାବରସିଂହ ଅଞ୍ଚଳରେ ଚଢ଼ାଉ କରି ୩୨୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ବେପାର କରୁଥିବା ଜଣାପଡ଼ିଛି । ଏନେଇ ଜଙ୍କିଆ ଥାନାରେ ଏକ ମାମଲା ଦାୟର କରାଯାଇଛି ।