୪ର୍ଥ ଟେଷ୍ଟ ପୂର୍ବରୁ ଦଳରୁ ବାଦ ପଡ଼ିଲେ ବୁମରା

ବ୍ରିସବେନ(ଏସ୍ ନ୍ୟୁଜ):ଭାରତ ଅଷ୍ଟ୍ରେଲିଆ ସିରିଜ ୧-୧ରେ ଥିବାବେଳେ ୪ର୍ଥ ଟେଷ୍ଟ ହିଁ ବିଜେତା ନିର୍ଣ୍ଣୟ କରିବ । ସିଡନି ଟେଷ୍ଟ ଡ୍ର ହେବାପରେ ବ୍ରିସବେନଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟର ଗୁରୁତ୍ବ ଏବେ ବଢିଯାଇଛି ।

୪ର୍ଥ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ଏକ ଶକ୍ତ ଧକ୍କା ଲାଗିଛି । ମାଂସପେଶୀ ଯନ୍ତ୍ରଣା ଥିବାରୁ ଭାରତର ପ୍ରମୁଖ ବୋଲର ଜସପ୍ରିତ ବୁମରା ଏହି ଟେଷ୍ଟରୁ ବାଦ ପଡ଼ିଛନ୍ତି । ଦଳର ପ୍ରମୁଖ ଦ୍ରୁତ ବୋଲର ଜସପ୍ରିତ ବୁମରା ଦଳରୁ ବାଦ ପଡ଼ିବା ଦଳପାଇଁ ଚିନ୍ତାର କାରଣ ହୋଇଛି । ଏହା ଦଳର ପ୍ରଦର୍ଶନକୁ ମଧ୍ୟ ପ୍ରଭାବିତ କରିପାରେ । ଅଧିନାୟକ ବିରାଟ କୋହଲି ଦଳରେ ଅନୁପସ୍ଥିତ ଥିବାବେଳେ ଅଲରାଉଣ୍ଡର ରବିନ୍ଦ୍ର ଜାଦେଜା ଆହତ ଅଛନ୍ତି । ସେ ମଧ୍ୟ ୪ର୍ଥ ଟେଷ୍ଟ ଖେଳିବେ ନାହିଁ । ବ୍ୟାଟ୍ସମ୍ୟାନ ହନୁମା ବିହାରି ମଧ୍ୟ ଶତପ୍ରତିଶତ ଫିଟ୍ ନଥିବାରୁ ସେ ମଧ୍ୟ ଖେଳିବା ନେଇ ସଂଦେହ ରହିଛି।