ଭାରତ ଠାରୁ ଚାଉଳ କିଣିଲା ଚାଇନା-shaksi news

ମୁମ୍ବାଇ: ଭାରତ ଠାରୁ ଦୀର୍ଘ ୩ ଦଶନ୍ଧି ପରେ ଚାଉଳ ଆମଦାନୀ କରିଛି ଚାଇନା। ଭାରତ ସହ ଲଦାଖରେ ସୀମା ବିବାଦ ଚାଲିଥିବା ବେଳେ ଚାଇନାର ଏଭଳି ଚାଉଳ ଆମଦାନୀ ଦୁଇ ଦେଶ ମଧ୍ୟର ଉତ୍ତମ ସମ୍ପର୍କ ସ୍ଥାପନର ରକ ମୁଳୁଦୁଆ ପକାଇଛି। ଭାରତ ବିଶ୍ୱରୁ ସବୁଠାରୁ ବଡ଼ ଚାଉଳ ରପ୍ତାନକାରୀ ଦେଶ ହୋଇଥିବା ବେଳେ ଚାଇନା ବିଶ୍ୱର ସବୁଠାରୁ ବଡ଼ ଚାଉଳ ଆମଦାନୀକାରୀ ଦେଶ।

ତେବେ ବେଜିଂ ବର୍ଷକୁ ପ୍ରାୟ ୪ ମିଲିୟନ ଟନ ଚାଉଳ ଆମଦାନୀ କରିଥାଏ। ହେଲେ ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇ ଚାଇନା ଭାରତରୁ ଚାଉଳର ଆମଦାନୀକୁ କମ କରି ଦେଇଥିଲା। ହେଲେ ଏବେ ପୁଣିଥରେ ଚାଇନା ପଡ଼ୋଶୀ ଭାରତ ଠାରୁ ଚାଉଳ କିଣିବା ଆରମ୍ଭ କରିଛି।ଏନେଇ ଚାଉଳ ରପ୍ତାନକାରୀ ଆସୋସିଏସନର ସଭାପତି ବିଭି କ୍ରିଷ୍ଣା ରାଓ କହିଛନ୍ତି, ପ୍ରଥମଥର ପାଇଁ ଚାଇନା ଆମ ଠାରୁ ଚାଉଳ କିଣିଛି। ଭାରତୀୟ ଚାଉଳର ଗୁଣବତ୍ତାର ଟେଷ୍ଟ କରିବା ପରେ ସେମାନେ ଆସନ୍ତା ବର୍ଷ ଠାରୁ ଏହାର ପରିମାଣ ମଧ୍ୟ ବୃଦ୍ଧି କରିବାର ସମ୍ଭାବନା ରହିଛି।

ଚାଇନାକୁ ଡିସେମ୍ବରରୁ ଫେବୃଆରୀ ମଧ୍ୟରେ ଭାରତୀୟ ବ୍ୟବସାୟୀମାନେ ୧,୦୦,୦୦୦ ଟନ୍‌ ଚାଉଳ ରପ୍ତାନୀ କରିବେ। ଗୋଟିଏ ଟନ୍‌ର ମୂଲ୍ୟ ପ୍ରାୟ ୩ ୦୦ ଡଲାର ରହିଛି। ଭାରତ ବ୍ୟତୀତ ଚାଇନା ଥାଇଲ୍ୟାଣ୍ଡ, ମିଆଁମାର, ଭିଏତନାମ ଓ ପାକିସ୍ତାନରୁ ମଧ୍ୟ ଚାଉଳ ଆମଦାନୀ କରିଥାଏ। ହେଲେ ଏହି ଦେଶଗୁଡ଼ିକ ସେମାନଙ୍କ ରପ୍ତାନୀ ଉପରେ କିଛିଟା ରୋକ ଲଗାଇଥିବାରୁ ଚାଇନା ଭାରତ ପାଖରୁ ଚାଉଳ କିଣିଥିବା କୁହାଯାଉଛି।