ଚୀନ ରାଷ୍ଟ୍ରପତିଙ୍କୁ କୋରୋନା !

ନ୍ୟୁୟର୍କ : ଚୀନରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା ବେଳେ ଏବେ ଏହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ନିଜେ କରୋନା ଭାଇରସ ସଂକ୍ରମିତ ହୋଇଥିବାର ସୂଚନା ମିଳୁଛି । ହଂକଂର କିଛି ମିଡ଼ିଆ ସଂସ୍ଥା ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।

ଜିପର୍ତ୍ତ ମୁତାବିକ ,ନିକଟରେ ଚୀନ୍‌ ରାଷ୍ଟ୍ରପତି ହଂକଂ ନିକଟବର୍ତ୍ତୀ ସେନଜେନ୍‌ ସହରକୁ ଗସ୍ତ କରିଥିଲେ। ସେଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରୁଥିବା ସମୟରେ ତାଙ୍କର ବାରମ୍ବାର କାଶ ହେଉଥିବାର ଲକ୍ଷ୍ୟ କରାଯାଇଥିଲା। ଏହି କାରଣରୁ ହିଁ ସେ କରୋନାରେ ସଂକ୍ରମିତ ହୋଇଥିବାର ସନ୍ଦେହ କରାଯାଉଛି। ଜିନ୍‌ପିଙ୍ଗ ସେନ୍‌ଜେନ ସ୍ଥିତ ଏକ ସାମରିକ ଘାଟିକୁ ଗସ୍ତରେ ଯାଇଥିଲେ। ଏହାପରେ ବୁଧବାର ସେ ସେନ୍‌ଜେନ ସ୍ଥିତ ସ୍ୱତନ୍ତ୍ର ଅର୍ଥନୈତିକ ଜୋନର ୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ତାଙ୍କର ଏତେ ଜୋରରେ କାଶ ହୋଇଥିଲା ଯେ ସେ ଅଧାରୁ ଭାଷଣ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ। ଏମିତିକି କାଶ ହେଉଥିବା ସମୟରେ ସେ ହାତରେ ନିଜ ପାଟିକୁ ଚାପି ଧରୁଥିବାର ଲକ୍ଷ୍ୟ କରାଯାଇଥିଲା। ସର୍ବସାଧାରଣରେ ଏଭଳି ଲକ୍ଷଣକୁ ନେଇ ସି ଜିନ୍‌ପିଙ୍ଗ କରୋନା ସଂକ୍ରମଣ ହୋଇଥାନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ଲ ସେପଟେ। କିନ୍ତୁ ସଂକ୍ରମଣକୁ ନେଇ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।