ଦେଶରେ ୪୪ ହଜାର ନୂତନ କରୋନା ଆକ୍ରାନ୍ତ ଚିହ୍ନଟ-Shaksi News

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୧ ଜଣଙ୍କ ପ୍ରାଣହାନି ଘଟିଛି ।

ଦେଶରେ ୪୪ ହଜାର ୫୯ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ଲକ୍ଷ ୩୯ ହଜାର ୮୬୫ରେ ପହଞ୍ଚିଛି । ସେହିପରି ମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ରେ ପହଞ୍ଚିଛି ।ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୨୪ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୮୫ ଲକ୍ଷ ୬୨ ହଜାର ୬୪୧ରେ ପହଞ୍ଚିଛି । ଏହା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ୨୫୨୪ ଜଣଙ୍କ ଅଭିବୃଦ୍ଧି ଘଟିବା ସହିତ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୪୩ ହଜାର ୪୮୬ରେ ପହଞ୍ଚିଛି ।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ସର୍ବାଧିକ ପ୍ରଭାବିତ ରାଜ୍ୟ ରହିଛି । ଦିଲ୍ଲୀରେ ୬୭୪୬ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୧ ଜଣଙ୍କର ମୃତ୍ୟୁ ଘଟିଛି ।

ସେହିପରି ସମଗ୍ର ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ କୋଟି ୮୬ ଲକ୍ଷ ୧୪ ହଜାର ୬୧୪ରେ ପହଞ୍ଚିଛି । ଏହା ମଧ୍ୟରୁ ୧୩ ଲକ୍ଷ ୮୭ ହଜାର ୧୦୭ ଜଣ ସୁସ୍ଥ ହୋଇଥିବା ବେଳେ ୩ କୋଟି ୭୪ ଲକ୍ଷ ୯୦ ହଜାର ୧୭୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ସହିତ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୭ ଲକ୍ଷ ୩୭ ହଜାର ୩୩୬ରେ ପହଞ୍ଚିଛି । ଆମେରିକା ଉଭୟ ଆକ୍ରାନ୍ତ ଏବଂ ମୃତ୍ୟୁ ସଂଖ୍ୟାରେ ଏହି ତାଲିକାରେ ଉପରେ ରହିଛି ।