ରାଜଧାନୀରୁ ଜବତ ହେଲା ନକଲି ସୁନା

ଭୁବନେଶ୍ୱର: ରାଜଧାନୀରୁ ଜବତ ହେଲା ନକଲି ସୁନା । ସହିଦନଗର ଥାନା ପୋଲିସ ଏହି ନକଲି ସୁନାକୁ ଜବତ କରିଛି । ୨ କେଜି ନକଲି ସୁନା ଜାବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ୍ ଚାଲିଥିବା ବେଳେ ଚଢାଉ କରିଥିଲା ସହିଦନଗର ଥାନା ପୋଲିସ । ଚଢାଉ ବେଳେ ୨ ଅଭିଯୁକ୍ତଙ୍କୁ ମାଡିବସି ୨ କେଜି ସୁନା ଜବତ କରିଛି । ଗିରଫ ଦୁଇ ଅଭିଯୁକ୍ତ ଛତିଶଗଡର ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କ ଓ ମୋହନ ସୋଲାଙ୍କ ।