ଭାରତୀୟ ସ୍ପିନରମାନଙ୍କ ବୋଲିଂ ଆକ୍ରମଣରେ ଇଂଲଣ୍ଡ ଧରାଶାୟୀ:୧୦ ଉଇକେଟରେ ତୃତୀୟ ଟେଷ୍ଟ ଜିତିଲା ଭାରତ

ଅହମ୍ମଦାବାଦ: ବିଶ୍ୱର ସର୍ବବୃହତ ନବନିର୍ମିତ ନରେନ୍ଦ୍ର ମୋଦି କ୍ରିକେଟ୍ ଷ୍ଟାଡିୟମ(NMCS) ସ୍ପିନରଙ୍କ ପାଇଁ ଭୂସ୍ୱର୍ଗ ଏବଂ ବ୍ୟାଟ୍ସମ୍ୟାନଙ୍କ ପାଇଁ ମରଣଯନ୍ତା ପାଲଟି ମାତ୍ର ଦୁଇ ଦିନରେ ଫଇସଲା ହୋଇଛି। ନିଜର ପାରମ୍ପରିକ ଅସ୍ତ୍ର ବଳରେ ମ୍ୟାଚକୁ ମାତ୍ର ଦୁଇ ଦିନରେ ହାସଲ କରି ଭାରତ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଇଂଲଣ୍ଡକୁ ବ୍ୟାକଫୁଟକୁ ଠେଲି ଦେଇ, ଏଠାରେ ଖେଳାଯାଇଥିବା ତୃତୀୟ ଦିବାରାଷ୍ଟ୍ର ଟେଷ୍ଟରେ ଭାରତ ୧୦ ୱିକେଟରେ ଇଂଲଣ୍ଡକୁ ହରାଇ ଦେଇଛି। ଭାରତୀୟ ସ୍ପିନ୍ ମାଡ଼ରେ ଇଂଲଣ୍ଡ ଧରାଶାୟୀ ହୋଇ ୧୦ ଉଇକେଟରେ ତୃତୀୟ ଟେଷ୍ଟ ଜିତିଛୀ ଭାରତ।

ଏଥିସହ ଭାରତ ଚାରିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ରେ ଅଗ୍ରଣୀ ହାସଲ କରିନେଇଛି। ଇଂଲଣ୍ଡର ଦ୍ବିତୀୟ ଇନିଂସ ସମାପ୍ତି ପରେ ଆଜି ସଂଧ୍ୟ।ରେ ମାତ୍ର ୪୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା ଓ କୌଣସି ଉଇକେଟ୍ ନ ହରାଇ ଏହି ଛୋଟିଆ ଲକ୍ଷ୍ୟକୁ ଭାରତ ମାତ୍ର ୭.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିଥିଲା । ଭାରତ ପକ୍ଷରୁ ରୋହିତ୍ ଶର୍ମା ୨୫ ବଲରେ ୩ ଚୌକା ଓ ୧ ଛକା ସହ ୨୫ ଓ ଶୁବମନ୍ ଗିଲ୍ ୨୧ ବଲରେ ୧ ଚୌକା ଓ ୧ ଛକା ସହ ୧୫ ରନ୍ କରି ଅପରାଜିତ ରହିଥିଲେ। ଏହି ଟେଷ୍ଟରେ ସର୍ବାଧିକ ସଫଳ ବୋଲର ଭାବେ ଉଭା ହୋଇଛନ୍ତି ଅକ୍ଷର ପଟେଲ୍ ଓ ଆର୍.ଅଶ୍ବିନ୍ । ଦୁହେଁ ୧୫-୧୫ ଉଇକେଟ୍ ହାସଲ କରିଛନ୍ତି।