ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ

ଭୁବନେଶ୍ୱର (ଏସ ନ୍ୟୁଜ): କଟକରେ ଅନ୍ତଃରାଜ୍ୟ ବାଇକ ଚୋରି ରାକେଟ୍ ଠାବ ହୋଇଛି । ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂହ ।

‘କଟକରେ ଅନ୍ତଃରାଜ୍ୟ ବାଇକ ରାକେଟ୍ ଠାବ ହୋଇଛି ବୋଲି ଡିସିପି କହିଛନ୍ତି । ରାକେଟ ଠାରୁ ୩୫ଟି ବାଇକ୍ ଉଦ୍ଧାର ହୋଇଛି । ଚୋରି ରାକେଟରେ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରାଯାଇଛି । ଚୋରି ପରେ କେନ୍ଦୁଝରର ଏକ ସ୍ଥାନରେ ସେମାନେ ବାଇକ୍ ରଖୁଥିଲେ । କଟକ, ଭୁବନେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡାରୁ ଚୋରମାନେ ଚୋରି କରୁଥିଲେ । ଚୋରି ଗାଡି ଗୋଟିଏ ସ୍ଥାନରେ ରଖି ବିକ୍ରି ଉଦ୍ୟମ କରୁଥିଲେ ।’

ସେହିପରି ଦଶହରାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାରେ ପୁଲିସ୍ ପକ୍ଷରୁ କେତେକ ଜୁଆ ଆଡ୍ଡା ଉପରେ ଚଢଉ କରାଯାଇଥିବାର ଖବର ମିଳିଛି। |ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ପୁଲିସ୍ ସମଗ୍ର ଜିଲ୍ଲାର ୧୪ ଟି ଜୁଆ ଆଡ୍ଡା ଉପରେ ଚଢଉ କରି ୬୮ଜଣ ଜୁଆଡ଼ିଙ୍କଠାରୁ ନଗଦ ୧ ଲକ୍ଷ ୫୩ ହଜାର ୫୦ ଟଙ୍କା, ୪ଟି ମୋଟର ସାଇକେଲ୍ ଏବଂ ୪ଟି ମୋବାଇଲ ଜବତ କରିଥିବା ଜଣାଯାଇଛି।