ମାଟି ଅତଡା ଧସି ନାବାଳକ ମୃତ

ଆନନ୍ଦପୁର, (ଏସ୍‌ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପଦ୍ମପୁର ଗାଁରେ ଟ୍ରାକ୍ଟରରେ କାମ କରିବାକୁ ଆସିଥିବା ଜଣେ ଶ୍ରମିକଙ୍କ ଉପରେ ମାଟି ଅତଡା ଖସିବାରୁ ତାଙ୍କର ମୃତ୍ୟୁ ହୋଇଯାଇଛି । ସଡଙ୍ଗି ଗାଁର ମଦନ ହୋଙ୍କ (୧୪) ପୁଅ ବନମାଳୀ ହୋ ଆଜି ସକାଳୁ ଟ୍ରାକ୍ଟରରେ ଶ୍ରମିକ କାମ କରିବାକୁ ଆସିଥିଲେ । ଟ୍ରାକ୍ଟରରେ ମାଟି ଲୋଡ଼ ହେଉଥିବା ବେଳେ ଅଚାନକ ଲୋଡ଼ ସ୍ଥାନରୁ ମାଟି ଅତଡା ଖସି ଯାଇଥିଲା । ଫଳରେ ତଳେ ଥିବା ବନମାଳୀଙ୍କ ଉପରେ ମାଟି ପଡିଯିବାରୁ ସେ ମାଟି ତଳେ ଚାପି ହୋଇଯାଇଥିଲେ । ସ୍ଥାନୀୟଲୋକେ ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି ।