ଆଇପିଏଲ: ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ

ଅବୁଧାବି: ଆଇପିଏଲର ମୁକାବିଲାରେ ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଦିଲ୍ଲୀର ଅଧିନାୟକ ଶ୍ରେୟସ ଆୟର ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ କୋଲକାତା ପ୍ରଥମେ ବ୍ୟାଟିଂ କରିବ।

ଦିଲ୍ଲୀ ଏବେ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ଥିବା ବେଳେ କୋଲକାତା ୫ମ ସ୍ଥାନରେ ରହିଛି। ତେଣୁ ଦିଲ୍ଲୀ ଅପେକ୍ଷା କୋଲକାତା ପାଇଁ ଏହି ମ୍ୟାଚ୍‌ଟି ବେଶ ଗୁରୁତ୍ୱପୂର୍ଣ୍ଣ। ଆଜିର ମ୍ୟାଚ୍‌ରେ ଦିଲ୍ଲୀ ତା’ର ଚୂଡ଼ାନ୍ତ ଏକାଦଶରେ ୨ଟି ପରିବର୍ତ୍ତନ କରିଛି। ବାରମ୍ବାର ଫେଲ ମାରୁଥିବାରୁ ପୃଥ୍ୱୀ ଶ’ଙ୍କ ସ୍ଥାନରେ ଅଜିଙ୍କ୍ୟ ରାହଣେଙ୍କୁ ସୁଯୋଗ ମିଳିଛି। ସେହିପରି ଡାନିଏଲ ସାମ୍ସଙ୍କ ବଦଳରେ ଅନରିଚ ନୋର୍ଜେଙ୍କୁ ସାମିଲ କରାଯାଇଛି।

ସେହିପରି କୋଲକାତା ମଧ୍ୟ ଦୁଇଟି ପରିବର୍ତ୍ତନ କରିଛି। କୁଲଦୀପ ଯାଦବଙ୍କ ବଦଳରେ ନାଗରକୋଟି ଓ ବାଣ୍ଟନଙ୍କ ବଦଳରେ ସୁନୀଲ ନାରିନ ଦଳକୁ କମବ୍ୟାକ୍‌ କରିଛନ୍ତି।