୧୩ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ

ଚଳିତ ଆଇପିଏଲରେ ବୁଧବାର ଅନୁଷ୍ଠିତ ରୋମାଞ୍ଚ ଭରା ମ୍ୟାଚରେ ୧୩ ରନରେ ଜିତିଛି ଦିଲ୍ଲୀ କ୍ୟାପିଟାଲ୍ସ । ୧୬୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ରୟାଲ୍ସ ୧୪୮ ରନ କରିବାକୁ ସକ୍ଷମ ହୋଇଥିଲା ।ଏହାସହ ଅଷ୍ଟମ ମ୍ୟାଚ୍‌ରୁ ଷଷ୍ଠ ବିଜୟ ପାଇ ପଏଣ୍ଟ୍‌ ତାଲିକାର ଶୀର୍ଷସ୍ଥାନକୁ ଫେରିଛି। ଅନ୍ୟପକ୍ଷରେ ରାଜସ୍ଥାନ ସେହି ୮ ମ୍ୟାଚ୍‌ରୁ ପଞ୍ଚମ ପରାଜୟ ବରଣ କରିଛି।

ଏହି ରୋମାଞ୍ଚ ମ୍ଯାଚ୍‌ରେ ଏତେ ଥର  ମୋଡ଼ ବଦଳି ଥିଲା ଯେ , ଶେଷ ଓଭର ପର୍ଯ୍ୟନ୍ତ କିଛି କହିବା ସମ୍ଭବ ନ ଥିଲା । ବିଜୟ ସହ ଦିଲ୍ଲୀ ୨ ପଏଣ୍ଟ ହାତଇଛି । ଆଉ ଦଳ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି । ଅନ୍ୟ ପକ୍ଷରେ ରାଜସ୍ଥାନ ଦଳର ପ୍ଲେ ଅଫ ବାଟ କଷ୍ଟକର ହୋଇ ପଡିଛି । ବିଜୟୀ ଦଳର ଅନରିଚ ନର୍ଟଜେ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।

ଟସ ଜିଣି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ ଦିଲ୍ଲୀ ଅଧିନାୟକ ଶ୍ରେୟାସ ଆୟାର । କିନ୍ତୁ ପ୍ରଥମରୁ ଦୁଇଟି ଉଇକେଟ ପଡିଯିବାରୁ ବଡ଼ ସ୍କୋର ଛିଡା କରିବାର ସୁଯୋଗ ହାତଛଡା  କରିଥିଲା କ୍ୟାପିଟାଲ୍ସ। ଓପନର ଶିଖର ଧାଓ୍ବନ ଓ ଅଧିନାୟକ ଶ୍ରେୟସ ଆୟରଙ୍କ  ଲଢୁଆ ବ୍ୟାଟିଂ ବଳରେ ଦିଲ୍ଲୀ  ଏକ ସମ୍ମାନଜନକ ସ୍କୋର ଛିଡା କରିବାରେ ସଫଳ ହୋଇଥିଲେ । ଧାଓ୍ବନ ୫୭ (୬ ଚଉକା ଓ ୨ ଛକା ) ରନ କରିଥିବାବେଳେ ୫୩ (୩ ଚଉକା ଓ ୨ ଛକା ) ରନର ଇଂନିସ ଖେଳିଥିଲେ  ଆୟାର । ଦୁହେଁ ଆଉଟ ହେବା ପରେ କେହି ଆଖି ଦୃଶିଆ ସ୍କୋର କରି ପାରି ନ ଥିଲେ।  ଫଳରେ  ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ  ହରାଇ ୧୬୧ ରନ କରିଥିଲା ।

ବୋଲିଂରେ ଜୋଫ୍ରା  ଆର୍ଚ୍ଚର ୩ ଓ ଜୟଦେବ ଉନାଡକଟ ହାତେଇ ଥିଲେ ୨ ଉଇକେଟ । ଜବାବରେ ରାଜସ୍ଥାନକୁ ଭଲ ଆରମ୍ଭ ଦେଇ ଥିଲା ବେନ ଷ୍ଟୋକ୍ସ (୪୧  ରନ, ୬ ଚଉକା ) ଓ ଜୋସ ବଟଲର (୨୨ ରନ , ୩ ଚଉକା ଓ ୧ ଛକା )ଙ୍କ ଓପନିଂ ଯୋଡି । ଏମାନେ ଆଉଟ ହେବା ପରେ ସଞ୍ଜୁ ସାମସନ (୨୫ ରନ , ୨ ଛକା ) ଓ ରବିନ ୟୁଥପା (୩୨ ରନ , ୩ ଚଉକା ଓ ୧ ଛକା ) ମଧ୍ୟ୍ୟକ୍ରମରେ ସ୍ଥିତି ସମ୍ଭାଳି ଥିଲେ । ମାତ୍ର ଅନ୍ୟ ବ୍ୟାଟ୍ସମ୍ୟାନ ବିଫଳ ହେବାରୁ ଦଳ ଶେଷ ପର୍ଯ୍ୟନ୍ତ ଖେଳିବା ସତ୍ତ୍ୱେ ବିଜୟ ଲକ୍ଷ୍ୟ ଠାରୁ ୧୪ ରନ ଦୂରରେ ରହି ଯାଇଥିଲା। ରାଜସ୍ଥାନ ୨୦ ଓଭରରେ ୮ ଉଇକେଟ କ୍ଷତିରେ  ୧୪୮ ରନ କରିଥିଲା ।