ଏମ୍‌ଏସ୍‌ ଧୋନିଙ୍କ ବାପାମାଆ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାପା ପାନ୍‌ ସିଂହ ଓ ମାଆ ଦେବକୀ ଦେବୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେ କୋଭିଡ୍‌-୧୯ ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସେମାନଙ୍କୁ ରାଞ୍ଚିର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସେମାନେ ରାଞ୍ଚିର ପଲ୍‌ସ ସୁପରସ୍ପେସି୍ଆଲିଟି ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି।