ସିଡବ୍ଲ୍ୟୁସି ବୈଠକରେ ଦଳର ବଡ ଘୋଷଣା ଅଧ୍ୟକ୍ଷ ପଦ ପାଇଁ ମେ’ ରେ ନିର୍ବାଚନ

ନୂଆଦିଲ୍ଲୀ, (ଏସ୍ ନ୍ୟୁଜ‌): ଆସନ୍ତା ମେ ମାସରେ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ ବୋଲି ଶୁକ୍ରବାର କଂଗ୍ରେସ ଓ୍ୱାର୍କିଂ କମିଟି ବା ସିଡବ୍ଲ୍ୟୁସି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଶୁକ୍ରବାର କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ସିଡବ୍ଲ୍ୟୁସିର ବୈଠକ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପରେ ଦଳ ସଙ୍ଗଠାନିକ ନିର୍ବାଚନ କରିବ ।

ବୈଠକରେ ସୋନିଆ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ସୋନିଆ କହିଥିଲେ ଯେ, କେନ୍ଦ୍ର ସରକାର ହେଉଛନ୍ତି ସମ୍ବେଦନହୀନ । କୃଷି ଆଇନକୁ ସରକାର ତରବରିଆ ଭାବେ ପାରିତ କରିଥିଲେ । ସରକାର କୃଷକଙ୍କୁ କୃଷି ଆଇନକୁ ଭଲ ଭାବେ ବୁଝିବା ପାଇଁ ସୁଯୋଗ ଦେଇନଥିଲେ । ଏବେ ସେଥିପାଇଁ ବୈଠକ ପରେ ବୈଠକ ଚାଲିଛି । କଂଗ୍ରେସ ପୂର୍ବରୁ ଏହି ତିନୋଟି ଆଇନକୁ ଖାରଜ କରିଦେଇଥିଲା । ଏହା ଏମଏସପି ଓ ଖାଦ୍ୟ ସୁରକ୍ଷା ପ୍ରତି ଅପମ୍ମାନ ସଦୃଶ ।