ରାଉରକେଲାରେ FIH ଅଧ୍ୟକ୍ଷ-shaksi news

ରାଉରକେଲା( ଏସ୍ ନ୍ୟୁଜ ): ୨୦୨୩ରେ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ୱାର୍ଲଡ୍ କପ୍ ପାଇଁ ଆରମ୍ଭ ହୋଇଗଲାଣି କାର୍ଯ୍ୟ। ଗତଥର ଭୁବନେଶ୍ୱରରେ ଆୟୋଜିତ ହକି ବିଶ୍ୱକପ୍ ପରି ଚଳିତ ବିଶ୍ୱକପ୍‌କୁ ଆହୁରି ଭବ୍ୟ କରିବା ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ରାଉରକେଲାରେ ପହଞ୍ଚି ଏହି ପ୍ରସ୍ତୁତିର ଅନୁଧ୍ୟାନ କରିଛନ୍ତି ଅନ୍ତର୍ଜାତୀୟ ହକି ଫେଡେରେସନ୍ ଅଧ୍ୟକ୍ଷ ନରିନ୍ଦର ବାତ୍ରା ।

ରାଉରକେଲାସ୍ଥିତ ସେକ୍ଟର ୫ ସ୍ଥିତ ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି ବାତ୍ରା । FIH ଅଧ୍ୟକ୍ଷଙ୍କ ସମେତ ଟେକ୍ନିକାଲ୍ ଟିମ୍ ଓ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଏହି ଟିମ୍‌ରେ ସାମିଲ ହୋଇଛନ୍ତି । ଏହାସହ ମୁଖ୍ୟ ଶାସନ ସଚିବ, କ୍ରୀଡା ସଚିବ ବି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଏଠାରେ ଆସନ୍ତା ହକି ବିଶ୍ୱକପ୍ ପାଇଁ ଆବଶ୍ୟକ ଭିତ୍ତିଭୂମିର ସମୀକ୍ଷା କରାଯାଇଛି । ପ୍ରଥମ ଥର ପାଇଁ କୌଣସି ଗୋଟିଏ ଦେଶରେ ଲଗାତାର ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ ହେଉଛି। ବିଶ୍ୱ ସ୍ତରରେ ଏହାଦ୍ୱାରା ଆଦୃତି ଲାଭ ନିମନ୍ତେ ଏବେଠୁ ପ୍ରସ୍ତୁତି ଜୋର ଧରିଛି ।