ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ୱର (ଏସ ନ୍ୟୁଜ ): ଗିରଫ ହେଲେ କୁଖ୍ୟାତ ଅପରାଧୀ ବା ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ । ରାଜାକୁ ଦାଦାବଟି ଆଦାୟ ଅଭିଯୋଗରେ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ ପରେ କ୍ୟାପିଟାଲ ଥାନାରେ ରାଜାକୁ ଜେରା ଚାଲିଛି । ତେବେ ୨୦ ହଜାର ଟଙ୍କା ଦାଦାବଟି ଆଦାୟ ଅଭିଯୋଗରେ ରାଜା ଗିରଫ ହୋଇଛି ।

ଜଣେ ଲୋକ ନିଜର ଘର ତିଆରି କରୁଥିବା ବେଳେ ତାଙ୍କୁ ମାସିକ୨୦ ହଜାର ଟଙ୍କାର ଦାଦାବଟି ମାଗୁଥିଲେ ରାଜା। ଏକାଧିକ ବାର ଦାଦାବଟି ଦେବା ପରେ ଉକ୍ତ ବ୍ୟକ୍ତି ଅତିଷ୍ଠ ହୋଇ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିଲେ। ଯାହାକୁ ଆଧାର କରି ରାଜା ଆଚାର୍ଯ୍ୟ ଆଜି ଗିରଫ କରିଛି କମିସନରଟେ ପୋଲିସ ।

ଅନ୍ୟପଟେ ପାର୍ବଣ ସମୟରେ ବିଭିନ୍ନ ଅପରାଧୀ ଗୋଷ୍ଠି ବ୍ୟବସାୟୀ ମାନଙ୍କର ଠାରୁ ବଟି ଆଦାୟ କରିବା କରିଥାନ୍ତି ।ଏହି ବେଆଇଇନ କାରବାରରେ ରୋକ ଲଗେଇବା ପାଇଁ ଜଡିତ ବ୍ୟକ୍ତିବିଶେଶଙ୍କ ବିରୋଧ ରେ କଠୋର ପଦେକ୍ଷପ ନିଆଯିବା ପାଇଁ ପୋଲିସ ଡିଜି ଅଭୟ ଅଜି ମୁଖ୍ୟାଳୟ ରେ ଆୟୋଜିତ ଏକ ବୈଠକରେ ନିର୍ଦେଶ ଦେଇଥିଲେ।

ଏହାସହ କଟକ ଓ ଭୁବନେଶ୍ୱର ଅପରାଧ ସ୍ଥିତ ସମ୍ପର୍କ ରେ ସମୀକ୍ଷା କରିଥିଲେ। ସହରରେ ଘଟୁଥିବା ବେଆଇଇନ କାରବାର ଏବଂ ଜବଦସ୍ତ ବଟି ଆଦାୟ ବିରୋଧରେ କଠୋର ପଦକ୍ଷପ ଗ୍ରହଣ ମଧ୍ୟ କହିଥିଲେ ।ଏହାଛଡା ଦୁର୍ଗାପୂଜା ସମୟରେ ଯେଉଁପରି କୋଭିଡି କଟକଣା ରେ କୌଣସି ଖିଲାପ ହେବନାହିଁ ବୋଲି ମଧ୍ୟ ସୂଚନା ଦେଇଥିଲେ ।