ରାଜଧାନୀରେ ବନ୍ଧୁକ ଦେଖାଇ ସୁନା ଚେନ୍ ଝାମ୍ପିନେଲେ ଲୁଟେରା

ରାଜଧାନୀରେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ…..

ଭୁବନେଶ୍ୱର: ରାଜଧାନୀରେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଜୟଦେବ ବିହାର ସ୍ଥିତ ଏକ ହୋଟେଲକୁ ଫେରୁଥିବା ବେଳେ ଲୁଟର ଶିକାର ହୋଇଛନ୍ତି ନବରଙ୍ଗପୁରର ଏକ ଦମ୍ପତ୍ତି । ଆଇଡିବିଆଇ ବ୍ୟାଙ୍କ ସାମ୍ନାରେ ଦମ୍ପତ୍ତି ଯାଉଥିବା ବେଳେ ହଠାତ ଦୁର୍ବୃତ୍ତ ବାଇକରେ ଆସିଥିଲେ । ଏହାପରେ ବନ୍ଧୁକ ଦେଖାଇ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିବା ଅଭିଯୋଗ ରହିଛି । ଲୁଟ ବେଳେ ପ୍ରତିବାଦ କରିବାରୁ ମହିଳାଙ୍କୁ ଘୋଷାଡି ନେଇଥିଲେ । ଖବର ପାଇ ପୋଲିସ ଏବଂ ସ୍ପେଶାଲ ସ୍କାର୍ଡ ଆସି ତଦନ୍ତ କରିଥିବା ସୂଚନା ରହିଛି । ନବରଙ୍ଗପୁରର ପଙ୍କଜ ଅଗ୍ରୱାଲ ଦୁଇ ଛୁଆ ଏବଂ ପତ୍ନୀଙ୍କୁ ଧରି ଚିକିତ୍ସା ପାଇଁ ରାଜଧାନୀ ଆସିଥିଲେ । ମଙ୍ଗଳବାର ରାତିରେ ଘଟିଥିଲା ଏହି ଲୁଟ୍ ।