ସୁନାଲୁଟ ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ

ଗଞ୍ଜାମ (ଏସ୍ ନ୍ୟୁଜ) : ସୁନାଲୁଟ ଘଟଣାରେ ୧୫ ଜଣଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ । ଗତ ମାସରେ ଲୁଟ ହୋଇଥିବା ୬.୫ କିଲୋ ସୁନା ସହ ୪ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ପୁରୁଷୋତ୍ତମପୁର ପୋଲିସ ଜବତ କରିଛି ।

ଗତ ଅକ୍ଟୋବର ମାସ ୧୨ ଓ ୧୩ ତାରିଖ ରାତିରେ ପୁରୁଷୋତ୍ତମପୁରର ଗହଣା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘର ଝରକା ଭାଙ୍ଗି ବିପୁଳ ପରିମାଣରେ ସୁନା ଗହଣା ଲୁଟ ହୋଇଥିଲା । ଏହି ଘଟଣାର ଠିକ ଏକ ମାସ ପରେ ସବୁ ଲୁଟେରା ଧରାପଡ଼ିଛନ୍ତି । ଗିରଫ ୧୫ ଜଣଙ୍କ ମଧ୍ୟରୁ ୧୦ ଜଣ ଲୁଟେରା ହୋଇଥିବା ବେଳେ ୫ ଜଣ ସୁନାରୀ ରହିଛନ୍ତି । ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ସୁରେନ୍ଦ୍ରଙ୍କ ଦୋକାନରେ କାମ କରୁଥିବା ଅମିତ ବେହେରା ନାମକ କର୍ମଚାରୀଠାରୁ ତାଙ୍କ ଘରେ ଥିବା ସୁନା ସମ୍ପର୍କରେ ତଥ୍ୟ ସଂଗ୍ରହ କରି କାଳିଆ ନିଜର ସହଯୋଗୀଙ୍କ ସହ ଚୋରି କରିଥିଲା ।