ରାଜ୍ୟ କଂଗ୍ରେସ ଗଣମାଧ୍ୟମ କମିଟିର ପ୍ରବକ୍ତାକୁ ଗୁରୁମନ୍ତ୍ର ଦେଲ ପିିସିସି ସଭାପତି

ଭୁବନେଶ୍ୱର,(ଏସ୍‌ ନ୍ୟୁଜ) ତା ୨୧.୭: ସର୍ବଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷା ଶ୍ରୀମତୀ ସୋନିଆ ଗାନ୍ଧୀଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ରାଜ୍ୟ କଂଗ୍ରେସର ଗଣମାଧ୍ୟମ ବିଭାଗର ପ୍ରବକ୍ତା ତଥା ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ, ଆବାହକ, ସଂଯୋଜକ ଓ ସାମାଜିକ ଗଣମାଧ୍ୟମ ବିଭାଗର ମୁଖ୍ୟ, ରାଜ୍ୟ ଯୁବ ଓ ଛାତ୍ର ବିଭାଗର ପ୍ରବକ୍ତା ମାନଙ୍କୁ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଉଦ୍‌ବୋଧନ ଦେଇ କହିଲେ ଯେ ଆପଣମାନେ କଂଗ୍ରେସ ଦଳର ଆଖି, କାନ ଓ ପାଟି ତେଣୁ ଆପଣମାନେ କଂଗ୍ରେସ ଦଳର ଯୋଜନା, ନୀତି, ଆର୍ଦଶ ଓ ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଯଥା ରାଜ୍ୟ ପ୍ରସଙ୍ଗ ଓ ଦେଶର ପ୍ରସଙ୍ଗକୁ ଉପଯୁକ୍ତ ଢ଼ଙ୍ଗରେ ବୈଦ୍ୟୁତିକ ଗଣମାଧ୍ୟମ, ମୁଦ୍ରିତ ଗଣମାଧ୍ୟମ ସାମନାରେ ରଖିବେ । ଉଭୟ ରାଜ୍ୟ କେନ୍ଦ୍ର ସରକାରଙ୍କ ଜନମାରଣନୀତିକୁ କଠୋରରୁ କଠୋରତର ସମାଲୋଚନା କରିବାକୁ ପଶ୍ଚାତପଦ ହେବେ ନାହିଁ । ଆଜି ପାଖରୁ ପ୍ରତିଦିନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଉପରେ ପ୍ରେସ କନ୍‌ଫରେନ୍ସ ହେବ । ଶ୍ରୀ ପଟ୍ଟନାୟକ ଗଣମାଧ୍ୟମ ଆବହାକ ଓ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଇ କହିଲେଯେ ଯେଉଁମାନେ ପ୍ରବକ୍ତା ଆକାରରେ ନିଯୁକ୍ତି ପାଇଛନ୍ତି ସେମାନଙ୍କର ଲିଷ୍ଟ ରାଜ୍ୟର ଗଣମାଧ୍ୟମକୁ ପ୍ରଦାନ କରିବା ସହିତ ବୈଦ୍ୟୁତିକ ଗଣମାଧ୍ୟମ କେବଳ ସେହି ପ୍ରବକ୍ତାଙ୍କ ଛଡ଼ା ଅନ୍ୟ କାହାରିକୁ ଡାକିପାରିବେ ନାହିଁ ବା ସେମାନେ ମଧ୍ୟ ଗଣମାଧ୍ୟମ ଆଗରେ ଦଳୀୟ କଥା ରଖିପାରିବେ ନାହିଁ ।
ଗଣମାଧ୍ୟମ ବିଭାଗର କର୍ମକର୍ତାମାନେ ପ୍ରତ୍ୟେକ ଜିଲ୍ଲାର ଗଣମାଧ୍ୟମ କର୍ମକର୍ତା ତଥା ରାଜ୍ୟ ଯୁବ ଓ ଛାତ୍ର ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବୈଠକ କରିବା ସହିତ ତାଙ୍କୁ ଟ୍ରେନିଂ ଦିଆଯାଉ । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଇଜିରାୟଲର ଏନ୍‌ଏସଓ କମ୍ପାନୀର ପେଗାସସ ସ୍ପାଇୱେର ମାଧ୍ୟମରେ ଭାରତ ବର୍ଷର କଂଗ୍ରେସ ଦଳର ନେତୃବୃନ୍ଦ ତଥା ଶ୍ରୀ ରାହୁଲ ଗାନ୍ଧୀଙ୍କର ଫୋନକୁ ଟ୍ୟାପିଂ କରିବା ମୁଖ୍ୟ ନ୍ୟାୟଳୟର ନ୍ୟାୟଧ୍ୟଶ, ମୁଖ୍ୟ ନ୍ୟାୟଳୟର ଅନ୍ୟ ବିଚାରପତି ମାନଙ୍କର, ମୁଖ୍ୟ ନିର୍ବାଚନ ଆୟୋଗ ଅଧିକାରୀ ବୃନ୍ଦଙ୍କର, ବରିଷ୍ଠ ସାମ୍ବାଦିକ, ବିଶିଷ୍ଟ ସମାଜସେବୀ, ବିରୋଧି ଦଳର ନେତୃବୃନ୍ଦ, ପୂର୍ବତନ ସାମରିକ ବିଭାଗର ଅଧିକାରୀ ବୃନ୍ଦ, ଜାତୀୟ ଗଣମାଧ୍ୟମର ମୁଖ୍ୟ ସଂପାଦକ ମାନଙ୍କର ଫୋନକୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଯେଉଁଭଳି ଭାବରେ ଟ୍ୟାପିଂ କରାଯାଉଥିଲା ତାହା ଦେଶଦ୍ରୋହ ଅପରାଧ ଛଡ଼ା ଅନ୍ୟ କିଛି ନୁହେଁ । ଏଭଳି ଏକ ବେଆଇନ କାର୍ଯ୍ୟରେ ଖୋଦ ଭାରତବର୍ଷର ଗୃହ ମନ୍ତ୍ରୀ ସଂପୃକ୍ତ ଅଛନ୍ତି ଏବଂ ଭାରତ ବର୍ଷର ପ୍ରଧାନମନ୍ତ୍ରୀଙ୍କର ବିନା ନିର୍ଦ୍ଦେଶରେ ଓ ଅଜାଣତରେ ଏଭଳି ସଂଗୀନ କାର୍ଯ୍ୟ କେବେହେଲେ ହୋଇପାରିବ ନାହିଁ । ତେଣୁ ପ୍ରକୃତରେ ଶ୍ରୀ ନରେନ୍ଦ୍ର ମୋଦୀ ଜଣେ ଚୌକିଦାର ନା ଯାଶୋଶ ଏହା ସ୍ପଷ୍ଟ ହେବା ଉଚିତ । ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା ସାମ୍ବାଦିକ ମାନଙ୍କୁ କହିଲେ ଯେ ନରେନ୍ଦ୍ର ମୋଦୀଙ୍କ ସରକାର ବ୍ୟକ୍ତି ସ୍ୱାଧୀନତା ଓ ସମ୍ବିଧାନର ଧାରା ୨୧ର ଖୁଲା ଉଲଙ୍ଘନ କରିବା ସହିତ ଫୋନ ଟ୍ୟାପିଂ କରିବା ଦେଶଦ୍ରୋହ ଅପରାଧ ସହିତ ସମାନ ତେଣୁ ଏହି ବେଆଇନ ଓ ଯଘନ୍ୟ କାର୍ଯ୍ୟକଳାପ ଭାରତବର୍ଷର ପ୍ରଧାନମନ୍ତ୍ରୀଙ୍କ ଅଜ୍ଞାତରେ ହେବା ଅସମ୍ଭବ ତେଣୁ କଂଗ୍ରେସ ଦଳ ଭାରତବର୍ଷର ଗୃହମନ୍ତ୍ରୀଙ୍କ ତୁରନ୍ତ ଇସ୍ତଫା ଦାବି କରିବା ସହିତ ପ୍ରଧାନମନ୍ତ୍ରୀଙ୍କର ଏହି ଘଟଣାର ସଂପୃକ୍ତିକୁ ମଧ୍ୟ ଏଡାଇ ଦିଆଯାଇ ପାରିବ ନାହିଁ ।
ଆବାହକ ସତ୍ୟପ୍ରକାଶ ନାୟକ ସାମ୍ବାଦିକ ମାନଙ୍କୁ ସମ୍ବୋର୍ଦ୍ଧିତ କରି କହିଲେ ଆପଣମାନେ ଯଦି ୨୦୧୯ ମସିହାରେ ସଂସଦର ପ୍ରସିଡିଂକୁ ଦେଖିବେ ଏବଂ ସେତେବେଳେର ଶ୍ରୀ ରବିଶଙ୍କର ପ୍ରସାଦ ଏହି ବିଭାଗରେ ମନ୍ତ୍ରୀ ଥିଲେ ସେ ତାଙ୍କ ଉତରରେ କହିଥିଲେ ସରକାର ପେଗାସସ ପାଇୱେର ଦ୍ୱାର ତଥ୍ୟ ସଂଗ୍ରହ କରୁଛନ୍ତି କିନ୍ତୁ ଏହା ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବା ବ୍ୟକ୍ତିବିଶେଷ ଓ କାର୍ଯ୍ୟକଳାପର ତଥ୍ୟ ସଂଗ୍ରହ କରୁଛନ୍ତି । କିନ୍ତୁ ଆଜି ଏହା ସ୍ପଷ୍ଟଭାବରେ ପ୍ରମାଣିତ ସେତେବେଳ ମନ୍ତ୍ରୀ ମଧ୍ୟ ମିଥ୍ୟା କଥା କହିଥିଲେ । ତେଣୁ ଏହାର ମୁଖ୍ୟ ନ୍ୟାୟଳୟ ଦ୍ୱାରା ଏକ ନ୍ୟାୟକ ତଦନ୍ତ ଦାବି କରୁଅଛି ।
ଏହି ଅବସରରେ ବରିଷ୍ଠ କଂଗ୍ରେସ ନେତା ତଥା ଗଣମାଧ୍ୟମ ବିଭାଗର ପ୍ରବକ୍ତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ରୋଟାରୀ କ୍ଲବ ଭୁବନେଶ୍ୱର (ମଧ୍ୟମ)ରେ ସଭାପତି ରୂପେ ନିର୍ବାଚିତ ହୋଇଥିବା ହେତୁ ତାଙ୍କୁ ଓତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ । ଶ୍ରୀ ବେହେରା ଓ ଶ୍ରୀ ନାୟକ ମଧ୍ୟ ଓତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ଜ୍ଞାନେନ୍ଦ୍ରକୁ ସମ୍ମାନୀତ କରିଥିଲେ। ଏହି ଅବସରରେ ରାଜ୍ୟ କଂଗ୍ରେସର ନବନିଯୁକ୍ତ ପ୍ରବକ୍ତାମାନେ ମଧ୍ୟ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ମନୋରଞ୍ଜନ ଦାଶ,ଜ୍ଞାନଦେଵ ବେଉରା, ମନୋଜ ମହାପାତ୍ର, ଜ୍ଞାନଦେବ ବେଉରା, ସସ୍ମିତା ବେହେରା, ଗୋବିନ୍ଦ ଚନ୍ଦ୍ର ଭୂୟାଁ, ପଦ୍ମାକର ଗୁରୁ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ନିଶିକାନ୍ତ ମିଶ୍ର, ଦୀପକ ମହାପାତ, ନଳିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।