ପୂରଣ ହେଲା ଆଶା: କେନ୍ଦ୍ରମନ୍ତ୍ରୀଙ୍କ ସହ ପିଜ୍ଜା ଖାଇଲେ ମୀରାବାଈ ଚାନୁ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁଙ୍କ ସହ ପିଜ୍ଜା ଖାଇଲେ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ମୀରାବାଈ ଚାନୁ । ନୂଆଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ଅବସରରେ ଚାନୁଙ୍କ ପାଇଁ ପିଜ୍ଜା ମଗାଯାଇଥିଲା । ଆଉ ତାଙ୍କ ସହ ମିଶି ପିଜ୍ଜା ଖାଇଥିଲେ ସମାରୋହରେ ଉପସ୍ଥିତ ଥିବା କେନ୍ଦ୍ରମନ୍ତ୍ରୀ କିରଣ ରିଜ୍ଜୁ, ଅନୁରାଗ ଠାକୁର, ନୀତୀଶ ପରମାଣିକ ଓ ଚାନୁଙ୍କ କୋଚ । ଏହି ସମୟର ଫଟୋକୁ ନିଜେ ଟୁଇଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ କିରଣ ରିଜିଜ୍ଜୁ । ଟୋକିଓରେ ୪୯ କିଲୋଗ୍ରାମ ବର୍ଗରେ ରୌପ୍ୟ ପଦକ ଜିତିଥିବା ଚାନୁ, ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବା ଲାଗି ପିଜ୍ଜା ସମେତ ନିଜ ମନ ପସନ୍ଦର ଅନ୍ୟ ଖାଦ୍ୟ ସବୁ ଛାଡି ଦେଇଥିଲେ । ମେଡାଲ ଜିତିବା ପରେ ସେ ପିଜ୍ଜା ଖାଇବାକୁ ଇଚ୍ଛାପ୍ରକାଶ କରିଥିଲେ । ଆଉ ତାଙ୍କର ଏହି ଆଶା ପୂରଣ ହୋଇଛି ।