କଙ୍ଗନାଙ୍କ ନାଁରେ ମାମଲା ରୁଜୁ ପାଇଁ କୋର୍ଟର ନିର୍ଦ୍ଦେଶ

ମୁମ୍ୱାଇ: ସାମ୍ପ୍ରଦାୟିକ ଘୃଣାଭାବ ପ୍ରଚାର କରୁଥିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ୱତ ନାଁରେ ବାନ୍ଦ୍ରା କୋର୍ଟ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ମାମଲା ରୁଜୁ ହେବା ପାଇଁ ପ୍ରଥମେ ଏକ ଆବେଦନ ଦାୟର ହୋଇଥିଲା। ଯେଉଁଥିରେ କୁହାଯାଇଥିଲା କଙ୍ଗନା ଟ୍ୱିଟ୍ କରିବା ସହିତ ବିଭିନ୍ନ ଗଣମାଧ୍ୟମରେ ଯେଉଁ ମନ୍ତବ୍ୟ ରଖୁଛନ୍ତି ସେଥିରେ ସେ ସାମ୍ପ୍ରଦାୟିକତା ରଙ୍ଗ ଦେଇ କଳାକାରଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରୁଛନ୍ତି। ତେଣୁ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଦରକାର ବୋଲି କୁହାଯାଇଥିଲା ।

ଏହି ଆବେଦନକୁ ବିଚାର କରି ବାନ୍ଦ୍ରା ମାଜିଷ୍ଟ୍ରେଟ କୋର୍ଟ ଅଭିନେତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଇପିସିର ଧାରା ୧୫୩ (ଏ), ୨୯୫ (ଏ), ୧୨୪ ଏବଂ ୩୪ ଅନୁଯାୟୀ କଙ୍ଗନାଙ୍କ ବିରୋଧରେ ଏଫଆଇଆର ଦାଖଲ କରାଯିବ। ତେବେ ଏହାକୁ ନେଇ କଙ୍ଗନାଏଯାବତ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।