ରାଜ୍ୟରେ ଆଗକୁ କମିବ କରୋନା ସଂକ୍ରମଣ


ଭୁବନେଶ୍ୱର (ଏସ ନ୍ୟୁଜ ): ରାଜ୍ୟରେ ଆଗକୁ କରୋନା ସଂକ୍ରମଣ ସଂଖ୍ୟା କମିବ। ଏଭଳି କିଛି କହିଛନ୍ତି , ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେ କହିଛନ୍ତି, ଟେଷ୍ଟ କମିନି, କିନ୍ତୁ ଓଡ଼ିଶାରେ ୨୫ ସେପ୍ଟେମ୍ବରରୁ ସଂକ୍ରମଣ କମିଛି, ଯାହାକି ଭଲ ଟ୍ରେଣ୍ଡ । ବର୍ଷା ଯୋଗୁଁ ନମୁନା ସଂଗ୍ରହ କମିଥିଲା, କିନ୍ତୁ ଏବେ ଟାର୍ଗେଟ ପୁଣି ୫୦ ହଜାର ରହିଛି ।

ତେବେ ଆଗକୁ ପୂଜା ତେଣୁ କମିଗଲା ଭାବି ଅବହେଳା କଲେ ସଂକ୍ରମଣ ବଢ଼ିବ ବୋଲି ସେ ଚେତାବନୀ ଦେଇଛନ୍ତି । ଲୋକେ ସଚେତନ ହୋଇଛନ୍ତି । ଆଗକୁ ଏହାକୁ ଜାରି ରଖିବାକୁ ପଡ଼ିବ । ମୃତ୍ୟୁହାର ବଢୁଛି ସତ କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କମ୍ ରହୁଛି । ଶୀତ ଦିନରେ ଥଣ୍ଡା ହେଲେ ସଂକ୍ରମଣ ବଢ଼ିବାର ସମ୍ଭାବନା ରହିଛି ତେଣୁ ଅଧିକ ସତର୍କ ରହିବାକୁ କହିଛନ୍ତି ଆଇଏଲଏସ ନିର୍ଦେଶକ।