ଇମ୍ରାନ୍‌ଙ୍କ ଏଣ୍ଟ୍ରି ସିନ ଲାଗି ଖର୍ଚ୍ଚ ହେବ ୧୦ କୋଟି

ମୁମ୍ବାଇ : ବଲିଉଡ୍‌ ଅଭିନେତା ସଲମାନ ଖାନ ଏବେ ତାଙ୍କ ଫିଲ୍ମ ‘ଟାଇଗର ୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସଲମାନ ଏହାର ଏକ ଭିଡିଓ ଜାରି କରି ଫିଲ୍ମର ଆରମ୍ଭ ନେଇ ଘୋଷଣା କରିଛନ୍ତି । ‘ଟାଇଗର ୩’ ସଲମାନଙ୍କ ସୁପରହିଟ ଫିଲ୍ମ ‘ଏକ୍‌ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ଫିଲ୍ମର ତୃତୀୟ ସଂସ୍କରଣ ହେବ ।

ଏହି ଫିଲ୍ମରେ ଇମ୍ରାନ ହାସମୀ ଖଳନାୟକ ରୂପେ ନଜର ଆସିବେ । ଏହି ଫିଲ୍ମରେ ଇମ୍ରାନଙ୍କ ଏଣ୍ଟ୍ରି ସିନ ଲାଗି ନିର୍ମାତା ଅଧିକ ୧୦କୋଟି ଟଙ୍କା ଖର୍ଚ୍ଚ କରିବେ । ସଲମାନ୍‌ଙ୍କ ପ୍ରତ୍ୟେକ ଫିଲ୍ମରେ ହିରୋର ଏଣ୍ଟ୍ରି ପାଇଁ ସ୍ୱତନ୍ତ୍ର ସିନ ସୁଟ୍‌ କରାଯାଇଥାଏ । ସେହିଭଳି ‘ଟାଇଗର -୩’ ଲାଗି ମଧ୍ୟ ଏହି କାମ କରିବାକୁ ଲକ୍ଷ୍ୟ ରଖାଯାଇଛି । ଅବଶ୍ୟ ଏଥର ଖଳନାୟକ ପାଇଁ ଏପରି ଏକ ବଡ ଆକାରର ଅର୍ଥ ଖର୍ଚ୍ଚ କରାଯିବ । ‘ଟାଇଗର୍‌-୩’ରେ ସଲମାନ୍‌-କ୍ୟାଟ୍ରିନାଙ୍କ ଏଣ୍ଟ୍ରି ସିନ ପାଇଁ ମଧ୍ୟ ଅଧିକ ଅର୍ଥ ଖର୍ଚ୍ଚ କରାଯିବ । ତେବେ ମନୀଷ ଶର୍ମା, ଆଦିତ୍ୟ ଚୋପ୍ରା ଏବଂ ଷ୍ଟଣ୍ଟ ଟିମ୍‌ ଇମରାନ୍‌ଙ୍କ ସ୍ୱତନ୍ତ୍ର ଏଣ୍ଟ୍ରି ଦେଖାଇବା ଲାଗି ଏକ ଆକ୍ସନ ସିନ୍‌ ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହି ସିନ୍‌ର ସୁଟିଂ ଚଳିତ ମାସ ଶେଷ ଆଡକୁ କରାଯିବ । ଏହି ଫିଲ୍ମରେ ସଲମାନ ଓ ଇମ୍ରାନଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ପାଇବେ ପ୍ରଶଂସକ ।