ଭୁବନେଶ୍ୱରରେ ଆଜି ୧୫୬ ଜଣ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ୨୩୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ସଂଗରୋଧରୁ ୫୨ ଜଣ ଅଛନ୍ତି। ଏମାନେ ପୂର୍ବରୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିଲେ।ବିଏମ୍‌ସିର ସୂଚନା ଅନୁସାରେ ପଟିଆରୁ ୧୭ ଜଣ, ନୟାପଲ୍ଲୀରୁ ୧୦ ଜଣ, ପୁରୁଣା ଭୁବନେଶ୍ୱରରୁ ୧୨ ଜଣ, ଟଙ୍କପାଣି ରୋଡ୍‌, ସହିଦନଗର, ଖଣ୍ଡଗିରି, ଫରେଷ୍ଟ ପାର୍କରୁ ୭ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜୟଦେବ ବିହାର, ଆଇଆରସି ଭିଲେଜ କରୋନାରେ ସଂକ୍ରମିତ ହୋଇଛନ୍ତି। ସେହିପରି ସ୍ଥାନୀୟ ଅଂଚଳରୁ ଆଜି ୧୮୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ସହିତ ରାଜଧାନୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୧୯ରେ ପହଂଚିଛି।ଭୁବନେଶ୍ୱରରେ ଆଜି ୧୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି। ଏଥି ସହିତ ଭୁବନେଶ୍ୱରରେ କରୋନରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୫ରେ ପହଂଚିଛି।