ଭାରତୀୟ ସ୍ପ୍ରିଣ୍ଟ କିମ୍ବଦନ୍ତୀ ମିଲଖା ସିଂଙ୍କ ୯୧ବର୍ଷ ବୟସରେ ପରଲୋକ

ଏସ୍ ନ୍ୟୁଜ,(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରେ କୋଭିଡ -19 ସହିତ ସଂଘର୍ଷ ପରେ ଜ୍ୱର ଏବଂ ଅମ୍ଳଜାନ ସାଚୁରେଚର ସ୍ତର ସମେତ ଜଟିଳତା ସୃଷ୍ଟି ହୋଇଥିବାରୁ ତାଙ୍କ ଅବସ୍ଥା ଖରାପ ହୋଇଯାଇଥିଲା । କରୋନା ସହ ସଂଘର୍ଷ କରି ମିଲଖା ସିଂ ଶେଷରେ ଜୀବନ ହାରିଛନ୍ତି । ତେଣୁ ଶୁକ୍ରବାର ରାତିରେ ଫ୍ଲାଇଙ୍ଗ ଶିଖ ମିଲଖା ସିଂଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ହୋଇଥିଲା । ଦୁଇ ସପ୍ତାହ ତଳେ ସେ କୋଭିଡରେ ସଂକ୍ରମିତ ହୋଇ ଚଣ୍ଡିକଡର ପିଜିଆଇଏମଆଇରର ଆଇସିୟୁରେ ଭର୍ତ୍ତି ହୋଇଥିଲେ । ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବାରୁ ତାଙ୍କୁ ପରେ ଘରକୁ ପଠାଇଦିଆଯାଇଥିଲା । ଗତକାଲି ବିଳମ୍ୱିତ ରାତିରେ ଚଣ୍ଡିଗଡର ପିଜିଆଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମିଲଖା । ଗତ ୫ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ତାଙ୍କୁ ଛାଡି ଚାଲିଯାଇଥିଲେ ।

ଆଉ ଏବେ ଜୀବନ ଯୁଦ୍ଧରେ ଲଢି ଲଢି ସବୁଦିନ ଆଖିବୁଜିଛନ୍ତି ମିଲଖା ସିଂ । ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ କ୍ରୀଡା ଜଗତ ସ୍ତବ୍ଧ ହୋଇଯାଇଛି । ଗତମାସରେ ମିଲଖା କରୋନାରେ ସଂକ୍ରମିତ ହୋଇଥିଲେ । ପିଜିଆଇଏମ୍‌ଆର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଏହି ଧାବକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଥିଲା । ହେଲେ ଶୁକ୍ରବାର ତାଙ୍କ ସ୍ୱାସ୍ଥ୍ୟ ପୁଣି ବିଗିଡିଯାଇଥିଲା । ତାଙ୍କ ଶରୀରରେ ଜ୍ୱର ହେବା ସହ ଅକ୍ସିଜେନ ସ୍ତର ମଧ୍ୟ କମିଯାଇଲା । ଫଳରେ ତାଙ୍କୁ ପୁଣି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରମାନଙ୍କ ସମସ୍ତ ଚେଷ୍ଟା ସଫଳ ହୋଇନଥିଲା ।