ଭାରତୀୟ ଦଳକୁ ଝଟକା: ବାଦ ପଡିଲେ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ : ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ଅଗଷ୍ଟ ୪ରୁ ଆରମ୍ଭ ହେବ । ଏହା ପୂର୍ବରୁ ଭାରତୀୟ ଦଳକୁ ଜୋରଦାର ଝଟକା ଲାଗିଛି । ଏହି ସିରିଜ୍‌ ପୂର୍ବରୁ ଦଳରୁ ବାହାରିଗଲେ ତିନି ଖେଳାଳି । ଶୁବମାନ ଗିଲ୍‌ ଓ ଅଭେଶ ଖାନଙ୍କ ପରେ ଦଳରୁ ବାଦ ପଡିଲେ ୱାଶିଂଟନ ସୁନ୍ଦର । ଆହତ ଜନିତ ସମସ୍ୟା କାରଣରୁ ସିରିଜ୍‌ରୁ ବାହାରି ଯାଇଛନ୍ତି । ୱାଶିଂଟନ ସୁନ୍ଦର ଓ ଅଭେଶ ଖାନ ଡରହମରେ ଅଭ୍ୟାସ ମ୍ୟାଚ ଖେଳୁଥିଲେ । ଦୁଇ ଖେଳାଳି କାଉଣ୍ଟି ଏକାଦଶ ପକ୍ଷରୁ ମ୍ୟାଚ ଖେଳୁଥିଲେ । ମାତ୍ର ଆଙ୍ଗୁଠିରେ ଆଘାତ ଲାଗିବାରୁ ସୁନ୍ଦର ଓ ଅଭେଶ ଉଭୟ ଇଂଲଣ୍ଡ ଗସ୍ତରୁ ବାହାରି ଯାଇଛନ୍ତି । ସୁନ୍ଦର ଇଂଲଣ୍ଡ ଗସ୍ତରୁ ବାହାରି ଯିବା ଭାରତୀୟ ଦଳ ପାଇଁ ବଡ ଝଟକା । ସୁନ୍ଦର ବୋଲର ସହିତ ଜଣେ ବ୍ୟାଟସମ୍ୟାନ ।