ବଢୁଛି ସଂକ୍ରମଣ ବଢୁଛି ମୃତ୍ୟୁ..

ଭୁବନେଶ୍ୱର,(ଏସ୍ ନ୍ୟୁଜ): ବିଶ୍ୱରେ କରୋନା ୨୧୯ ଦେଶରେ କାୟା ମେଲାଇଛି ଓ ମୃତ୍ୟୁ ୩୨,୮୩,୧୯୪ ଜଣଙ୍କର ରେକର୍ଡ କରାଯାଇଛି।
ସେହିପରି ଭାରତରେ ୨,୩୮,୨୭୦ ମୋଟ ମୃତ୍ୟୁ ସଂଖ୍ୟା ହୋଇଥିବାବେଳେ ,ଦିନକୁ ୪ଲକ୍ଷ ଆକ୍ରାନ୍ତ ,୪୧୮୭ ମୃତ୍ୟୁ ହେଉଛି।

ରାଜ୍ୟରେ ବର୍ତ୍ତମାନ କରୋନଜନିତ ମୃତ୍ୟୁ ସଂଖ୍ୟା ୨୧୬୧କୁ ବୃଦ୍ଧି ପାଇଛି। ଦୈନିକ ଗତ ୨୪ ଘଣ୍ଟାରେ ୩୦ଜିଲ୍ଲାରୁ ପୁଣି ୧୧ ହଜାର ୮୦୬ଜଣ କରୋନା ଆକ୍ରନ୍ତ ଚିହ୍ନଟ,ଆଉ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟରେ କରୋନାରେ ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର ରୁ ୬୬୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ ରୁ ୫୧୯୪ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୯୨୨ଜଣ କରୋନା ସଂକ୍ରମିତ ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୧୦ଜଣ,କଟକରୁ ୧୦୫୨ଜଣ,ଅନୁଗୁଳରୁ ୫୬୦ଜଣ, ବାଲେଶ୍ଵରରୁ ୨୬୦ଜଣ, ବରଗଡ଼ରୁ ୪୨୮ଜଣ, ଭଦ୍ରକରୁ ୮୩ଜଣ, ବଲାଙ୍ଗୀରିରୁ ୪୩୭ଜଣ, ବୌଦ୍ଧରୁ ୧୭୮ଜଣ, ଦେଓଗଡ଼ରୁ ୧୧୫ଜଣ, ଢେଙ୍କାନାଳରୁ ୧୭୭ଜଣ, ଗଜପତିରୁ ୧୦୫ଜଣ, ଗଞ୍ଜାମରୁ ୩୪୧ଜଣ, ଜଗତସିଂପୁରରୁ ୧୩୪ଜଣ, ଯାଜପୁରରୁ ୩୦୨ଜଣ, ଝାରସୁଗୁଡାରୁ ୪୨୧ଜଣ, କଳାହାଣ୍ଡିରୁ ୪୦୨ଜଣ, କନ୍ଧମାଳରୁ ୯୨ଜଣ, କେଉଁଝରରୁ ୨୩୧ଜଣ, କୋରାପୁଟରୁ ୧୨୨ଜଣ, କେନ୍ଦ୍ରାପଡ଼ାରୁ ୧୪୫ଜଣ, ମୟୁରଭଞ୍ଜରୁ ୧୭୫ଜଣ, ମାଲକାନଗିରିରୁ ୭୦ ଜଣ, ନବରଙ୍ଗପୁରରୁ ୪୧୯ଜଣ, ନୟାଗଡ଼ରୁ ୨୦୪ଜଣ, ନୂଆପଡ଼ାରୁ ୨୮୬ଜଣ, ପୁରୀରୁ ୪୫୪ଜଣ, ରାୟଗଡାରୁ ୧୩୮ଜଣ, ସମ୍ବଲପୁରରୁ ୫୩୩ଜଣ, ସୋନପୁରରୁ ୨୧୦ଜଣ, ଏବଂ ଷ୍ଟେଟ୍ ପୁଲ ରୁ ୩୦୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୪ଲକ୍ଷ ୬୯ହଜାର ୮୧ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୫ ଲକ୍ଷ ୨୪ହଜାର ୨୦୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୪୦୧ଜଣ ସୁସ୍ଥ ହେବା ସହିତ ମୋଟ ୪ଲକ୍ଷ ୩୧ ହଜାର ୬୫୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ୩୩୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।