ଅଭିନେତ୍ରୀ ଜେନିଫର କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଦେଶରେ କରୋନାରେ ଅନେକ ସେଲିବ୍ରେଟ୍‌ ସଂକ୍ରମିତ ହୋଇଥିଲେ ମଧ୍ୟ କେତେକ ଏହି ମହାମାରୀକୁ ପରାସ୍ତ କରିଥିବାବେଳେ ଆଉ କେତେକ ଜୀବନ ଯୁଦ୍ଧରେ ହାରି ଯାଇଥିଲେ । ଏହି ସମୟରେ ଟିଭି ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍‌ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ଯାହା ପରେ ସେ କ୍ୱାରେଣ୍ଟାଇନ କରିନେଇଛନ୍ତି ଅଛନ୍ତି । ସୂଚନା ଅନୁଯାୟୀ, ଜେନିଫର କୋଡ ଏମ୍‌ ୱେବ ସିରିଜ ପାଇଁ ସୁଟିଂ ଆରମ୍ଭ କରିବାକୁ ଯାଉଥିଲେ । ସୁଟିଂ ଆରମ୍ଭ କରିବା ପୂର୍ବରୁ ଅଭିନେତ୍ରୀ କରୋନା ଟେଷ୍ଟ କରିଥିଲେ ଯାହା କରେନା ପଜିଟିଭ ହୋଇଛି । ରିପୋର୍ଟ ପରେ ଜେନିଫର୍‌ ସେ ନିଜକୁ କ୍ୱାରେଣ୍ଟାଇନ କରିଛନ୍ତି ।