ଓଡ଼ିଶା ଆସି ପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା-shaksinews

ଭୁବନେଶ୍ୱର (ଏସ୍ ନ୍ୟୁଜ): ଡିସେମ୍ବର କିମ୍ବା ଜାନୁଆରୀରେ ଓଡ଼ିଶା ଆସି ପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌। ଏନେଇ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।

ସେ କହିଛନ୍ତି,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌ ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଓଡ଼ିଶା ଆସିବେ। ସଂଗଠନ, ମିଶନ-୧୨୦, ଡବଲ ଇଞ୍ଜିନ ନେଇ ଆଲୋଚନା ହେବ। ଏହା ସହ ରାଜ୍ୟରେ ବିଜେପିର ସ୍ଥିତି ସୁଦୃଢ ପାଇଁ ମଧ୍ୟ ଆଲୋଚନା ହେବ। ବିଜେପିର ବରିଷ୍ଠ ପଦାଧକାରୀଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା‌ ସମୀକ୍ଷା କରିବେ ବୋଲି ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।