୨୦୨୪ରେ ପ୍ରଧାନମନ୍ତ୍ରୀ ହେବେ ମମତା: ବାବୁଲ ସୁପ୍ରିୟୋ

ନୂଆଦିଲ୍ଲୀ: ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶଂସା କରିଛନ୍ତି । ମମତା ୨୦୨୪ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ରେସରେ ଆଗୁଆ ରହିଥିବା ବେଳେ ମୁଁ ତାଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହେଁ ବୋଲି କହିଛନ୍ତି ବାବୁଲ ସୁପ୍ରିୟୋ । ରାଜନୀତି ଛାଡୁଥିବା ନେଇ ଘୋଷଣା କରିବାର ଏକ ମାସ ମଧ୍ୟରେ ସୁପ୍ରିୟୋ ଟିଏମସିରେ ଯୋଗ ଦେଇଥିଲେ । ଦଳର ଅଧିନାୟକଙ୍କୁ ମୁଁ ପ୍ରଧାନମନ୍ତ୍ରୀ ଭାବରେ ଦେଖିବାକୁ ଚାହେଁ ବୋଲି ସ୍ପଷ୍ଟ କରିଛନ୍ତି ଆସାନସୋଲ ସାଂସଦ ତଥା ପୂର୍ବତନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବାବୁଲ ସୁପ୍ରିୟୋ । ଗୋଟିଏ ଦିନ ପୂର୍ବରୁ ଟିଏମସି ପକ୍ଷରୁ ଜାଗୋ ବାଙ୍ଗଲା କାର୍ଯ୍ୟକ୍ରମ ସମ୍ପର୍କରେ ଘୋଷଣା କରାଯାଇଥିବା ବେଳେ ସୁପ୍ରିୟୋ ଏହିପରି ଘୋଷଣା କରିଛନ୍ତି ।