୫୮ ହଜାର ଭୋଟରେ ଜିତିଲେ ମମତା

ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନରେ ଶେଷରେ ବାଜି ମାରି ନେଇଛନ୍ତି ଦିଦି । ମମତା ବାନାର୍ଜୀ ୫୮ ହଜାର ଭୋଟରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରିୟଙ୍କା ଟିବରୱେଲଙ୍କୁ ପରାସ୍ତ କରିଛନ୍ତି । ତେବେ ଏହି ବିଜୟ ଫଳରେ ମମତା ନିଜର ମୁଖ୍ୟମନ୍ତ୍ରୀ ଆସନକୁ କାଏମ୍ ରଖିବାରେ ସକ୍ଷମ ହୋଇଛନ୍ତି ।ସୂଚନାଯୋଗ୍ୟ ଯେ, ଭବାନୀପୁର ବିଧାନସଭା ଆସନରେ ୫୭ ପ୍ରତିଶତ ଭୋଟିଂ ହୋଇଥିଲା । ପୂର୍ବରୁ ନନ୍ଦୀଗ୍ରାମ ଆସନରୁ ଦିଦି ପରାସ୍ତ ହୋଇଥିବାରୁ ନିଜର ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ପାଇଁ ଏହି ସିଟରୁ ଜିତିବା ଦିଦିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଥିଲା । ତେଣୁ ଉଭୟ ଟିଏମସି ଓ ବିଜେପି ଆଜିର ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେଶେଷରେ ଦିଦି ବାଜି ମାରି ନେଇଛନ୍ତି । ଆଜି ସକାଳୁ ଭୋଟ ଗଣତି ହେବା ପରଠାରୁ ଦିଦି ପ୍ରଥମ ରାଉଣ୍ଡରୁ ହିଁ ପ୍ରିୟଙ୍କା ଉପରେ ଭାରି ପଡ଼ିଥିଲେ । ପ୍ରତ୍ୟେକ ରାଉଣ୍ଡରେ ସେ ପ୍ରିୟଙ୍କଠାରୁ ଆଗୁଆ ରହିଆସିଥିଲେ ।