କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର

ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ”ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି। ମୁଁ ଖୁବଶୀଘ୍ର ସୁସ୍ଥ ହୋଇ ହସ୍ପିଟାଲରୁ ଫେରିବି। ମୋ ଅରୋଗ୍ୟ କାମନା କରି ପ୍ରାର୍ଥନା କରୁଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ।”ଗତ ୨୭ ତାରିଖରେ ପୂର୍ବତନ କ୍ରିକେଟର ସଚିନ କରୋନାରେ ଆକ୍ରାନ୍ତ ହୋଇଥିଲେ।

ସେ ଆହୁରି କହିଛନ୍ତି ଯେ, ୨୦୧୧ ଠିକ ଆଜିର ଦିନରେ ଭାରତୀୟ ଟିମ୍‌ ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ ବିଜୟୀ ହୋଇଥିଲା। ବିଶ୍ୱକପ୍‌ ବିଜୟୀର ୧୦ ବର୍ଷ ପୂରଣ ଅବସରରେ ଆପଣ ସମସ୍ତଙ୍କୁ ଧନ୍ୟବାଦ।”