ନୂଆ ଗ୍ରାହକଙ୍କୁ ମିଳିବ ନାହିଁ ମାଷ୍ଟରକାର୍ଡ: ଆରବିଆଇ

ନୂଆଦିଲ୍ଲୀ: ଆସନ୍ତା ୨୨ ଜୁଲାଇରୁ କାର୍ଡ ନେଟୱର୍କରେ ନୂଆ ଘରୋଇ ଡେଭିଟ, କ୍ରେଡିଟ ଏବଂ ପ୍ରିପେଡ ଗ୍ରାହକଙ୍କୁ ସାମିଲ କରିବାକୁ ରୋକ ଲଗାଇଛି ଆରବିଆଇ । ଏହାର ଅର୍ଥ କମ୍ପାନୀ ୨୨ ଜୁଲାଇରୁ ନିଜ କାର୍ଡ ନେଟୱର୍କରେ ନୂଆ ଗ୍ରାହକଙ୍କୁ ସାମିଲ କରିପାରିବ ନାହିଁ । ଆରବିଆଇ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି, ପର୍ଯ୍ୟାପ୍ତ ସମୟ ଦେବା ପରେ ମଧ୍ୟ ମାଷ୍ଟରକାର୍ଡ ଡାଟା ନିର୍ଦ୍ଦେଶ ପାଳନ ହେଉନାହିଁ । ଏହାକୁ ଦୃଷ୍ଟିରେ ରଖି ଆରବିଆଇ ପିଏସସ ଅଧିନିୟମ ଧାରା ୧୭ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆରବିଆଇର ଏହି ନିର୍ଦ୍ଦେଶ ଏବେର ମାଷ୍ଟରକାର୍ଡ ୟୁଜରଙ୍କୁ ପ୍ରଭାବିତ କରିବ ନାହିଁ । ନୂଆ ୟୁଜରଙ୍କୁ ଏବେ ମାଷ୍ଟରକାର୍ଡ କୌଣସି ବ୍ୟାଙ୍କ ଦେଇପାରିବେ ନାହିଁ । ମାଷ୍ଟରକାର୍ଡ ଆମେରିକା କମ୍ପାନୀ ହୋଇଥିବା ବେଳେ ଏହାର ମୁଖ୍ୟାଳୟ ନ୍ୟୁୟର୍କରେ ରହିଛି ।