ସୁପ୍ରିମକୋର୍ଟରେ ନାଗାର୍ଜୁନ ବେଶର ସର୍ବସାଧାରଣ ଦର୍ଶନ ଦାବି-shaksi news

ପୁରୀ(ଏସ୍ ନ୍ୟୁଜ ): ସୁପ୍ରିମକୋର୍ଟରେ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ସର୍ବ ସାଧାରଣ ଦର୍ଶନ ଲାଗି ଆବେଦନ।ସର୍ବୋଚ୍ଚ ନ୍ୟାୟଳୟରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ ପକ୍ଷରୁ ଏହି ଆବେଦନ କରାଯାଇଛି । କରୋନା ଗାଇଡଲାଇନ୍ ପାଳନ କରି ମନ୍ଦିର ଖୋଲିବା ପାଇଁ ମଞ୍ଚ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି ।

ଅନ୍ୟପଟେ ଶ୍ରଦ୍ଧାଳୁଙ୍କ ପାଇଁ ମହାପ୍ରଭୁଙ୍କ ନାଗାର୍ଜୁନ ଦର୍ଶନ ମନା । ନାଗାର୍ଜୁନ ବେଶ ନେଇ ପୁରୀ ଜିଲ୍ଲା ଓ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନାଗାର୍ଜୁନ ବେଶ ନେଇ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ । କେହିବି ଶ୍ରୀମନ୍ଦିର ଭିତରକୁ ଯିବେ ନାହିଁ । କେହି ବି ବାହାର ଲୋକ ସେବାୟତ ବେଶରେ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯେଉଁମାନେ ମନ୍ଦିର ଭିତରକୁ ଯିବେ ମୋବାଇଲ ନେବେ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କହିଛନ୍ତି । ନାଗାର୍ଜୁନ ବେଶ ଦିନ ୨୪ ଘଣ୍ଟା ପାଇଁ ପତିତପାବନଙ୍କ ଦର୍ଶନ ଉପରେ ମଧ୍ୟ କଟକଣା ଲାଗିପାରେ ।